ଫୁଲବାଣୀ ସହର ରେ ବିଜେଡି ପ୍ରାର୍ଥୀ ଙ୍କ ପାଇଁ ସାଂସଦ ଓ ମନ୍ତ୍ରୀ ଙ୍କ ଜୋରଦାର

Udaya_Labanya | March 13, 2022 | 149 views |0 | Uncategorized

ପ୍ରଚାର
ଫୁଲବାଣୀ (ସୁନୀଲ ପଟନାୟକ )

ରବିବାର ଫୁଲବାଣୀସହର ର କେତକ ୱାର୍ଡ ରେ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ଓ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ବିଜେଡି ଅଧକ୍ଷା ପାର୍ଥୀ ପୁନମ କହଁର, ଓ କାଉନସିଲରଙ୍କ ପାଇଁ ପ୍ରଚାର କରିଥିଲେ l
ପୌର ନିର୍ବାଚନ ପ୍ରଚାର ଅବସରରେ ଫୁଲବାଣୀ ଅମଳପଡା ସ୍ଥିତ ବ୍ରାହ୍ମଣ ଦେବି ମନ୍ଦିର ପଡିଆ ସମ୍ମୁଖରେ ୬ ଏବଂ ୭ ନମ୍ବର ୱାର୍ଡ ପାଇଁମନ୍ତ୍ରୀ ଓ ସାଂସଦ ପ୍ରଚାର କରିବା ସହ କର୍ମୀ ମାନଙ୍କୁ ଏକଜୁଟ ହୋଇ ନିଷ୍ଠା ର ସହ ପାର୍ଥୀ ଙ୍କ ସହ ଭୋଟର ଙ୍କ ପାଖକୁ ଯାଇ ଦଳୀୟ ପ୍ରାର୍ଥୀଙ୍କୁ ଜିତା ଇବା ଲାଗି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l
ଉକ୍ତ ନିର୍ବାଚନ ପ୍ରଚାରରେ ଚେୟା ରମେନ ପ୍ରାର୍ଥୀନୀ ଶ୍ରୀମତୀ. ପୁନମ କହଁର ଏବଂ ୬ ନମ୍ବର ୱାର୍ଡ ମେମ୍ବର ପ୍ରାର୍ଥୀନୀ ଶ୍ରୀମତୀ. ଲଳିତା ମୁନି ଏବଂ ୭ ନମ୍ବର ୱାର୍ଡ ମେମ୍ବର ପ୍ରାର୍ଥୀନୀ ଶ୍ରୀମତୀ. ଟୁନି ସେଠିଙ୍କ ପାଇଁ ରବିବାର ନଗର ଉନ୍ନୟନ ମନ୍ତ୍ରୀ . ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତ ପ୍ରମୁଖ ଭୋଟ ଭିକ୍ଷା କରିଥିଲେ l ଅନ୍ୟ ମାନଙ୍କ ଭିତରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶିବପ୍ରସାଦ ତ୍ରିପାଠୀ, ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ, ଛାତ୍ର ସଭାପତି ସୁନୀଲ ସେଠି,ଫୁଲବାଣୀର ଲୋକ ପ୍ରିୟ କଳାକାର ଜଳନ୍ଧର କହଁର, ସଂଖ୍ୟା ଲଘୁ ନେତା ମହମ୍ମଦ ସାକିଲ, ପ୍ରସନ୍ନ ବିଶୋଇ,ଙ୍କ ସମେତ ବିଜେଡି କର୍ମୀ ଓ ବହୁ ସଂଖ୍ୟlରେ ସାହିର ଜନସାଧାରଣ ଉପସ୍ଥିତ ଥିଲେ l
ମନ୍ତ୍ରୀ ଓ ସାଂସଦ ଙ୍କ ଉପସ୍ଥିତି ପ୍ରଚାର କୁ ସରଗରମ କରିଥିଲା lଫଳରେ ଏବେ ଫୁଲବାଣୀ ରେ ବିଜେଡି ର ପଲ୍ଲା ଭାରି ଥିବା ଦେଖିବାକୁ ମିଳିଛି l

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories