ମାନିନୀ ଭୋଇ ହେଲେ ବରଗଡ଼ ଜିଲ୍ଲା ପରିଷଦ ସଭାନେତ୍ରୀ
Udaya_Labanya | March 13, 2022 | 27 views |0 | Breaking News
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ପରିଷଦ ସଭାନେତ୍ରୀ ଭାବେ ବିଜୁ ଜନତା ଦଳ ଶ୍ରୀମତୀ ମାନିନୀ ଭୋଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ଥିତ ସମ୍ମିଳନୀ କକ୍ଷରେ ସହକାରୀ ନିର୍ବାଚନ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ ଉପସ୍ଥିତ ରେ ନିର୍ଧାରିତ ସମୟ ମଧ୍ୟରେ କେବଳ ମାନିନୀ ଭୋଇ ହିଁ ଏକମାତ୍ର ସଭିନେତ୍ରୀ ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଅନ୍ୟ ସଭ୍ୟ ସଭ୍ୟା ମାନଙ୍କ ଉପସ୍ଥିତି ରେ ନିର୍ବାଚନ ଅଧିକାରୀ କୃତି ବାସ ରାଉତ ତାଙ୍କୁ ନିର୍ବାଚିତ ଘୋଷଣା କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବରଗଡ଼ ଜିଲ୍ଲା ର ୩୪ ଟି ଜିଲ୍ଲା ପରିଷଦ ଆସନରୁ ବିଜୁ ଜନତା ଦଳ ୨୭ ଟିରେ ବିଜୟ ଲାଭ କରିଥିଲା। ନବ ନିର୍ବାଚିତ ସଭାନେତ୍ରୀ ଶ୍ରୀମତୀ ମାନିନୀ ଭୋଇ ବିଜେପୁର ୧ ନଂ ଜୋନ୍ ରୁ ବିଜୟୀ ହୋଇଥିଲେ।