ମେଡିକାଲରୁ କାର୍ଯ୍ୟ ଆରମ୍ଭ କଲେ ଜିଲ୍ଲା ପରିଷଦ ସଭ୍ୟା

Udaya_Labanya | March 13, 2022 | 21 views |0 | Breaking News


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ପଞ୍ଚାୟତ ଭବନରେ ରବିବାର ଜିଲ୍ଲାପରିଷଦ ଅଧ୍ଯକ୍ଷା ନିର୍ବାଚନ ପରେ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚିଥିଲେ ଖଜୁରୀପଡା ୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ।ମେଡିକାଲରେ ପହଞ୍ଚି ଚିକିତ୍ସିତ ହେଉଥିବା ସମସ୍ତ ରୋଗୀମାନଙ୍କ ସହ ଚିକିତ୍ସା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ ଶିଘ୍ର ଆରୋଗ୍ୟ କାମନା କରିଥିଲେ।ସମସ୍ତ ରୋଗୀଙ୍କୁ ଫଳମୂଳ,ବିସ୍କୁଟ,ପାଉଁରୁଟି ଆଦି ବଣ୍ଟନ କରିବା ପରେ ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରସୁତି ମାଁ ଏବଂ ନବଜାତ ଶିଶୁ ମାନଙ୍କ କଥା ମଧ୍ଯ ପଚାରି ବୁଝିଥିବା ବେଳେ ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲଙ୍କୁ ମେଡିକାଲରେ ପାଖରେ ପାଇ ସମସ୍ତେ ଖୁସି ପ୍ରକାଶ କରିଥିଲେ।ଉର୍ବଶୀ ଦିଗାଲଙ୍କ ସହ ସମାଜସେବୀ ଅନନ୍ତ କୁମାର ଦିଗାଲ,ରାଇକିଶୋର ପ୍ରଧାନ, ସତ୍ୟପ୍ରିୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories