#Breaking News #Uncategorized

ବିକାଶ ସ୍କୁଲ ଅଫ୍ ଲ ରେ ବିଶ୍ବ ଖାଉଟି ଅଧିକାର ଦିବସ ପାଳିତ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବିକାଶ ସ୍କୁଲ ଅଫ୍ ଲ ଠାରେ ବିଶ୍ଵ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି। କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ସ୍କୁଲ ର ଅଧ୍ୟକ୍ଷ ଡ଼ଃ ବିକ୍ରମ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ବରଗଡ଼ ଓକିଲ ସଂଘ ର ବରିଷ୍ଠ ସଦସ୍ୟ ଦୟାନିଧି ସାହୁ ମୁଖ୍ୟ ଅତିଥି ଏବଂ ଆଇନଜ୍ଞ ଶ୍ରୀମତୀ ଜଗିବା ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଖାଉଟି ଙ୍କୁ ସଚେତନତା, ଖାଉଟି ଅଧିକାର ଆଇନ୍ ବିଷୟରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ଡଃ ରମାକାନ୍ତଅ ଶତପଥୀ ଯୋଗଦେଇ ଥିଲେ। ଅଧ୍ୟକ୍ଷ ଡ଼ଃ ବିକ୍ରମ କୁମାର ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ରୋଜି ମେହେର ଏବଂ ଅଭିନନ୍ଦନ ଖୁଣ୍ଟିଆ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଗୁଡିକୁ ଲ ସ୍କୁଲ ର ସଂଯୋଜକ ଶିବାନନ୍ଦ ସାହୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଜୈମିନୀ କୁମାର ସାହୁ, ଅଧ୍ୟାପିକା ନୟନଜ୍ୟୋତି ଦାସ,ନିରଜା ଅଗ୍ରୱାଲ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ସାଗରୀକା ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ। ଖାଉଟି ଅଧିକାର ଦିବସ ଅବସରରେ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ କ୍ବିଜ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ଶାମିଲ ଅଗ୍ରୱାଲ, ଉପାସନା ମିଶ୍ର,ଦିବ୍ୟ ପ୍ରକାଶ ପାଣିଗ୍ରାହୀ,ଓ କ୍ଷୀତିସ ପୋଦ୍ଦାରଙ୍କୁ ପୁରସ୍କୃତ କରାଯାଇଥିଲା।

Leave a comment

Your email address will not be published. Required fields are marked *