#Breaking News

କମଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବକୃତା ପ୍ରତିଯୋଗିତା


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଭଟଲି ବ୍ଲକ ଅନ୍ତର୍ଗତ କମଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବରଗଡ଼ ର ଅଗ୍ରଣୀ କମ୍ପୁଟର ଶିକ୍ଷା କେନ୍ଦ୍ର ‘ମିଟ୍’ ପକ୍ଷରୁ ‘ଦକ୍ଷତା vrs ପ୍ରମାଣ ପତ୍ର’ ଶିର୍ଷକ ବକୃତା ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି। ଏଥିରେ ସ୍କୁଲ ର ଛାତ୍ରୀ ଅଲିମା ସେଠ୍ ପ୍ରଥମ, ସ୍ମୃତି ସାହୁ ୨ୟ ଏବଂ ଗୀତାଞ୍ଜଳି ସେଠ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଅବସରରେ ସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶକୁନ୍ତଳା ଡିଗ୍ରୀ ମହିଳା କଲେଜ ର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ହରେକୃଷ୍ଣ ଦେବତା, ଅଧ୍ୟାପକ ଶ୍ୟାମସୁନ୍ଦର ସାହୁ, ମିଟ୍ ର ନିର୍ଦ୍ଦେଶକ ସରୋଜ ମାଝୀ, ଯୋଗଦେଇ ଥିଲେ। ସଭା କୁ ସ୍କୁଲ ର ଅଧ୍ୟକ୍ଷ ପ୍ରଫେସର ପ୍ରେମାନନ୍ଦ ପଟେଲ ପରିଚାଳନା କରିଥିବା ବେଳେ ଶେଷରେ ଅଧ୍ୟାପିକା ଅନୁପମା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବକୃତା ପ୍ରତିଯୋଗୀତାର ବିଚାରକ ରୁପେ ଅଧ୍ୟାପିକା ପାର୍ବତୀ ଭୋଇ, ଅମୀୟ ପଟେଲ,ପୁରୀ ବେହେରା ରହିଥିଲେ। ଅଧ୍ୟାପକ ଅରବିନ୍ଦ ଦାସ ସମସ୍ତ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ।

Leave a comment

Your email address will not be published. Required fields are marked *