#Breaking News

ଜଳୁଛି ଜଙ୍ଗଲ, ସଙ୍କଟରେ ଜୀବଯନ୍ତୁ ଚେଇଁ ଶୋଇଛି ବନବିଭାଗ


ଫୁଲବାଣୀ(ସୁନୀଲପଟନାୟକ)
ନିଆଁର ଆଁ ଭିତରେ ଫୁଲବାଣୀ ଜଙ୍ଗଲ। ଫୁଲ ବାଣୀ ନିକଟ ଗୁଦାରୀ, ତେରାଗୁଡ଼ା ଆଦି ଜଙ୍ଗଲରେ ଦିନ ରାତି ଜଳୁଛି ନିଆଁ ।
ଫଳରେ ସଂଙ୍କଟରେ ଜୀବଯନ୍ତୁ । ଥମିବାର ନାଁ ନେଉନି । ଏ ଜଙ୍ଗଲରୁ ସେ ଜଙ୍ଗଲ ଡେଉଁ ଛିନିଆଁ ।
ନିଆଁରଆଁ ଭିତରେ ହଜି ଯାଉଛି ଶାଳ , ପିଆଶାଳ, ଭଳି ମୂଲ୍ୟବାନ ଗଛ ସହ ଔଷଧୀୟ ବୃକ୍ଷ । ଜଙ୍ଗଲଜଳିବା ଫଳରେ ତାପମାତ୍ରା ମଧ୍ୟ ବଢୁଛି । ଜଙ୍ଗଲରେ ଥିବା ବାଘ ଭାଲୁ , ମାଙ୍କଡ଼, ବାରାହା .ସମ୍ବର,କୁ ଟୁରା, ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁମୁହଁ । ହେଉଛନ୍ତି ।
ନିଆଁକୁ ଆୟତ କରିବାପାଇଁ ବନ ବିଭାଗ ବିଫଳ ହୋଇଥିବାବେଳେ ଜଙ୍ଗଲ ଓ ବନ୍ୟଜନ୍ମଙ୍କ ସୁରକ୍ଷା ଏବେ ଚିନ୍ତାର କାରଣ ପାଲଟିଛି ।
ଜଙ୍ଗଲକୁ ନିଆଁ ଦ୲ ଉରୁ ରକ୍ଷାକରିବା ପାଇଁ ଗାଁ ଗାଁରେ ସଚେତନତା ସୃଷ୍ଟି କରାଯାଇନାହିଁ।
ଏପଟେ ଫାୟାର ସ୍କ୍ବାର୍ଡ,ବନ ସୁରକ୍ଷା ସମିତି,ବନ କର୍ମଚାରୀ ଉଦ୍ୟମ କରୁଥିଲେ ମଧ୍ୟ ନିଆଁ କୁ ଆୟତ କରିପାରୁ ନାହାଁନ୍ତି। ଯାହାକି ବନବିଭାଗ ର ପାରିବାପଣିଆକୁ ପଦାରେ ପକାଇଛି ।
ମାର୍ଚ୍ଚମାସ ପ୍ରଥମ ସପ୍ତାହରୁ ସର୍ବଗ୍ରାସୀ ନିଆଁଯେଭଳି ଭାବରେ ଭାଗ୍ର ରୁପ ଧାରଣ କଲାଣି, ବେଳ ଥାଉଁ ଥାଉଁ ବନ ବିଭାଗ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଶହଶହ ହେକ୍ଟର ମୁଲ୍ୟବାନ ଜଙ୍ଗଲ ସହ ବିରଳ ପ୍ରଜାତିର ବଜ୍ରକାପ୍ତ। ଓ ଅନ୍ୟ ଜୀବ ଯନ୍ତୁ ଲୋପ ପାଇବାର ଆଶଙ୍କା ଦେଖାଦେଇଛି
। ଏନେଇ ବନ ବିଭାଗ ଅଧିକାରୀ କୁ ପଚ଼।ରିଲେ ସେମାନେ ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ସେଥିପ୍ରତି ଲୋକଙ୍କୁ ସଚେତନ କରିବା ସହ ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି।

Leave a comment

Your email address will not be published. Required fields are marked *