ଜି.ଉଦୟଗିରି ପୌର ନିର୍ବାଚନ : ବିଜ୍ଞାପିତ ଅଞ୍ଚଳରେ ଥିବା ସମସ୍ୟାକୁ ନେଇ ମତଦାତା ଅସନ୍ତୁଷ୍ଟ

Udaya_Labanya | March 19, 2022 | 32 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୪୨ ବର୍ଷ ପୂରଣ କରି ୪୩ ବର୍ଷରେ ପାଦ ଥାପିଛି । ହେଲେ ବି ଏବେ ବି ଅନେକ ସମସ୍ୟା ଘେରରେ ରହିଛି ଏହି ବିଜ୍ଞାପିତ ଅଞ୍ଚଳ । ପାନୀୟ ଜଳ ସମସ୍ୟା ଏବେ ବି ଲାଗି ରହିଛି ।ବସଷ୍ଟାଣ୍ଡ, ଡ୍ରେନେଜ,ଉଛେଦ ବ୍ୟବସାୟୀ ଙ୍କୁ ଥଇଥାନ, ଯାତ୍ରୀ ବିଶ୍ରାମାଗାର,ଭେଣ୍ଡିଂ ଜୋନ,ବିଭିନ୍ନ ଛକରେ ପରିଶ୍ରାଗାରମାନଙ୍କରେ କେବଳ ତାଳି ପକା କାମ ହେଉଥିବା ଅଭିଯୋଗ ହୋଇଛି । ଏବେ ପୌର ନିର୍ବାଚନ ଆସୁଥିବାରୁ ପ୍ରଚାର ଜୋରଦାର ଚାଲିଛି । ତେବେ ମତଦାତାମାନେ ପ୍ରତିଶ୍ରୁତି ନୁହେଁ କାମ କରିବା ପାଇଁ ପ୍ରାର୍ଥୀମାନଙ୍କୁ କହିଛନ୍ତି । ନୂଆ କରି ହୋଇଥିବା ଏନ୍‌ଏସ୍‌ସି ମାନଙ୍କରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିବା ବେଳେ ଜି. ଉଦୟଗିରିର ସମସ୍ୟାକୁ ନେଇ ମତଦାତାମାନେ ପ୍ରଶ୍ନ କରିଛନ୍ତି । ପରିବର୍ତ୍ତନର ସ୍ୱର ଜୋର ଧରିଛି । ତେବେ ଦେଖିବାକୁ ପଡିବ କେଉଁ ପ୍ରାର୍ଥୀ ମତଦାତାଙ୍କୁ ପ୍ରଭାବିତ କରିପାରୁଛନ୍ତି ନା ମତାଦାତା ଠିକ୍‌ ପ୍ରାର୍ଥୀଙ୍କୁ ନିର୍ବାଚିତ କରୁଛନ୍ତି । ପାନୀୟ ଜଳ ସମସ୍ୟା ଲାଗି ରହିଛି । ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ,୧୨ ବର୍ଷ ହେଲା ଉଛେଦ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ କରିବା, ଯାତ୍ରୀ ବିଶ୍ରାମାଗାର ଓ ପରିଶ୍ରାଗର ନିର୍ମାଣ, ଜି.ଉଦୟଗିରି କୁ ଉପଖଣ୍ଡ ମାନ୍ୟତା, ଡାକ୍ତରଖାନା ରେ ଦୀର୍ଘ ଦିନ ହେଲା ଖାଲି ପଡିଥିବା ଡାକ୍ତରୀ ପଦବୀ ପୂରଣ, ଭେଣ୍ଡିଂ ଜୋନ ପ୍ରତିଷ୍ଠା ଭଳି ବିବିଧ ସମସ୍ୟା ସମାଧାନ ପାଇଁ ଦାବି ହୋଇଛି । ତେବେ ନିର୍ବାଚନରେ ପ୍ରାର୍ଥୀମାନେ ଅନେକ ପ୍ରତିଶ୍ରୁତି ଦେଉଛନ୍ତି । କେବେ ଏହି ସମସ୍ୟା ଦୂର ହେବ ତାହାହିଁ ଚଳିତ ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଆଲୋଚନା ହେଉଛି ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 7 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories