ଜି.ଉ ଦୟଗିରି ପୌର ନିର୍ବାଚନ ପ୍ରଚାର ରେ ବିଜେଡି ଆଗୁଆ
Udaya_Labanya | March 19, 2022 | 39 views |0 | Breaking News
ଫୁଲବାଣୀ(ସୁନୀଲ ପଟନାୟକ )
ପୌର ନିର୍ବାଚନ ପାଇଁଜିଉଦୟଗିରି ସହର ଏବେ ସବୁ ଦଳରପ୍ରଚାରରେ ଦୁଲୁକୁଛି ।
ଜି.ଉଦୟଗିରିଏନ ଏ ସି ରେ ପ୍ରଚାରରେ ଶାସକ ବିଜେଡି ଏବେ ଆଗୁଆ ଅଛି । ଅଧ୍ୟକ୍ଷାପ୍ରାର୍ଥୀ ତଥା ପୂର୍ବତନ ଉପାଧ୍ୟକ୍ଷା ବିଜେଡି ନେତ୍ରୀ ଦ୍ଭାନୁ ପ୍ରଭା ମିଶ୍ର ନେତା ଓ କର୍ମୀଙ୍କୁ ସାଥିରେ ନେଇ ମାରାଥନ ପ୍ରଚାର ଚଳାଇଛନ୍ତି ।
କର୍ମୀମାନେ ମଧ୍ୟ ଏକ ଯୁଟ ହୋଇଦିନ ରାତି ଏକ କରି ଭୋକଶେ।ଷ ଭୁଲି ବେଶଆଗ୍ରହ ର ସହ ଘର ଘର ବୁଲି ଭ।ନୁ ପ୍ରଭାଙ୍କ ପାଇଁ ପ୍ରଚାର ଚଳାଇଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କୁ ନେଇ ଦ୍ଭାନୁ ପ୍ରଭା ବୈଠକମାନ ମଧ୍ୟ କରୁଛନ୍ତି ।ଦ୍ଭାନୁ ପ୍ରଭା ଙ୍କ ପାଇଁଆଜି ଶୁକ୍ରବାର ବରିଷ୍ଠ ବିଜେଡ଼ିନେତା ତଥା ସାଂସଦ ଡଃ ଅଚ୍ୟୁତ ସାମନ୍ତ, ଜି.ଉଦୟଗିରି ବିଧାୟକସାଲୁଗା ପ୍ରଧାନ, ସହ ପ୍ରଭାରୀ କିଶୋର ମେହର, ବିଜେଡି ନେତା ରୋଦନ ମଲିକ, ବ୍ଳକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଜ଼ିଲ୍ଲା ପରିଷଦ ସଦସ୍ୟା ଲିଲିମା ପ୍ରଧାନ, ପ୍ରମୁଖ ଙ୍କ ସମେତ ପାଞ୍ଚ ନମ୍ବର କାଉନସିଲର ପାର୍ଥୀସାମ୍ବାଦିକ ସମୀର ପାଢ଼ୀ,ଛ ନମ୍ବର କାଉନସିଲର ପାର୍ଥୀ ଲେକ ଚର ବୁଲିଆନ ନାୟକ, ଚାରି ନମ୍ବର ମୋନା ଲିସା ଦଳବେହେରା, ତିନି ନମ୍ବର କାଉନସିଲର ପାର୍ଥୀ ଶୀଧେ ଶ୍ୱରୀ ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମୟରେ ସାହି ବସ୍ତି
ୱ ୲ର୍ଡଗୁଡ଼ିକରେ ବୈଠକ କରିବା ସହ ବୈଠକ କରିଛନ୍ତି l
ଫଳରେ ପ୍ରଚାରରେ ବିଜେଡି ଆଗୁଆ ଥିବା ଦେଖିବାକୁ ମିଳିଛି । ବଜାର ଘାଟରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ ବିଜେଡିର ପ୍ରାର୍ଥୀମାନଙ୍କ ପୋଷ୍ଟର ଓ ବ୍ୟାନରରେ ଛାଇ ହୋଇଯାଇଛି । ସେହିପର
ମାଇକ ପ୍ରଚାରରେ ମଧ୍ୟସହର ଦୁଲୁକୁଛି।
ବିଜେଡି ପ୍ରାର୍ଥୀ ଭାନୁ ପ୍ରଭା ମିଶ୍ର ସହରର ଜଣାଶୁଣା, ନେତ୍ରୀ ଓ ସମାଜସେବୀମଧ୍ୟ ।ଏଣୁ ଭୋଟର ଙ୍କ ପ୍ରଥମ ପ୍ରିୟ ନେତ୍ରୀ ସାଜିଛନ୍ତି l
ଭାନୁପ୍ରଭା ପୂର୍ବରୁ ସ୍ଵାଧୀନ ଭାବେ କାଉନସିଲର ଲଢି ନିଜ ବଳିଷ୍ଠ ବ୍ୟକ୍ତିତ୍ଵ ଓ ପ୍ରବଳ ଜନସଂପର୍କ ଯୋଗୁଁ ଦଳୀୟ ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇ ନିଜର ଦବଦବା ଜାହିର କରିଛନ୍ତି । ସେହିପରି ଗତ କାଉନସିଲରେ ଉପାଧ୍ୟକ୍ଷ । ରହି ନିଜର ଚେଷ୍ଟାରେ ଅନେକ କିଛି ଉନ୍ନୟନ୍ନ କାର୍ଯ୍ୟ କରିବା ସହ ବିଶେଷକରି ସ୍ଵୟଂସହାୟକ ଗୋଷ୍ଠୀ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ସ୍ଵତନ୍ତ୍ର ଦୃଷ୍ଟିଦେଇଥିଲେ ଫଳରେ ମହିଳାଙ୍କ ସମର୍ଥନ ରହିଛି ତାଙ୍କ ପ୍ରତି ବୋଲି ଦ୍ଭାନୁପ୍ରଭା କହିଛନ୍ତି।
ସେହିପରି ବିଜେପି ଅଧ୍ୟକ୍ଷା ପ୍ରାର୍ଥୀ ତଥା ସମାଜ ସେବୀ ସୁସ୍ମିତା ଜେନା ମଧ୍ୟ ପ୍ରଚାରକୁଯୋରଦାର କରିଥିବାବେଳେ କଂଗ୍ରେସ ଓ ଅନ୍ୟ ସ୍ଵାଧୀନ ପ୍ରାର୍ଥୀମାନେ ମଧ୍ୟ ନିଜ କର୍ମୀ ଓ ସମର୍ଥକଙ୍କୁ ଧରି ପ୍ରଚାର ଚଳାଇଛନ୍ତି ।ତେବ ବିଜେଡିର ପୂର୍ବତନ ନଗରପାଳ ଓ ବରୀଷ୍ଟ ନେତା ସଂଜିବପାତ୍ର କାଉନସିଲର ଓ ତାଙ୍କ ପ୍ରତ୍ନୀ ମିତାରାଣୀ ପାତ୍ର ଅଧ୍ୟକ୍ଷା ପଦବୀ ପାଇଁ ସ୍ଵାଧୀନ ଭାବେ ଲଢେଇ କରୁଥିବାରୁ ବିଜେଡିକୁ କିଛିଟା ଅସୁବିଧାରେ ପକାଇ ପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତିl
ଏପଟେ ପଂଚାୟତ ଓ଼ଜ଼ିଲ୍ଲା ପରିଷଦ ନିର୍ବାଚନ ରେ ବିଜେଡି ସମଗ୍ର ରାଜ୍ୟରେ ଚମତ୍କାର ପ୍ରଦର୍ଶନ କରି ଶତପ୍ରତିଶତ ସଫଳତା ଅର୍ଜନ କରିଥିବାରୁ ବିଜେଡି କର୍ମୀ ମାନେ ପୁରା ଜୋଶ ରେ ଅଛନ୍ତି l କଳେ ବଳେ କୌଶଳେକିପରି ପୌର ପରିଷଦ ହାତେଇବେ ସେହି ଚିନ୍ତାରେ ବିଜେଡି ନେତା ଓ କର୍ମୀ l
୧ ୩ କାଉନସିଲ ବିଶିଷ୍ଟ ଜି. ଉଦୟଗିରି ପରିଷଦ ରେ ୮ ହଜ଼ାର ୧୮୫ ଜଣ ଭୋଟର ୧ ୩ ଟି ବୁଥ ରେ ଆସନ୍ତା ଚବିସ ତାରିଖରେ ମତଦାନ କରିବେ l
ଭୋଟ ଗଣତି ସରିଲେ କିଏ ଜିତିବ ଆଉ କିଏ ହାରିବ ସ୍ପଷ୍ଟ ହୋଇଯିବl