#Breaking News

ବରଗଡ଼ ରେ ରଂଗ ର ପର୍ବ ହୋଲି ଧୁମ୍ ଧାମରେ ପାଳିତ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ରଂଗ ର ପର୍ବ ହୋଲି ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ଧୁମ୍ ଧାମରେ ପାଳିତ ହୋଇଯାଇଛି। ଗତ ଦୁଇ ବର୍ଷ ପରେ ଚଳିତ ବର୍ଷ କୋଭିଡ କଟକଣା ର ମୁକ୍ତ ଯୋଗୁଁ ଏଥର ହୋଲି ର ମାହୋଲ ବଢ଼ିଛି। ସେହିପରି ପୈାର ନିର୍ବାଚନ ଚାଲିଥିବା ରୁ ଏହି ଉତ୍ସବ କୁ ଦ୍ଵିଗୁଣିତ କରିଦେଇଛି। ବିଭିନ୍ନ ସାମାଜିକ ଅନୁଷ୍ଠାନ, ମହିଳା ମଣ୍ଡଳ, ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ନିଜ କର୍ମି ନେତା ଙ୍କ ମଧ୍ୟରେ ରଂଗ ଖେଳ ଯୋର ହୋଇଛି। ସମ୍ବାଦିକ ମାନେ ମଧ୍ୟ ଏହାକୁ ଧୁମ୍ ଧାମରେ ପାଳନ କରିଛନ୍ତି। ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ସଂଘ ଅଫିସ ପ୍ରାଙ୍ଗଣ ରେ ହୋଲି ମିଳନ ଉତ୍ସବ ପାଳନ କରିଥିଲେ। ଏଥିରେ ଜିଲ୍ଲା ର ସମସ୍ତ ସାମ୍ବାଦିକ ଯୋଗ ଦେଇ ଥିବା ବେଳେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଜିଲ୍ଲା ଏସପି ରାହୁଲ ଜୈନ ତଥା ବହୁ ନେତା ଅଧିକାରୀ ଯୋଗ ଦେଇଥିଲେ। ସେହିପରି

ଭଟଲି ରୋଡ଼ ସ୍ଥିତ ତପୋବନ ଆଶ୍ରମ ରେ ରଂଗ ର ପର୍ବ କୁ ଫୁଲ ମାଧ୍ୟମରେ ପାଳନ କରିଥିଲେ। ଚକରକେନ୍ଦ ସ୍ଥିତ ମାତୃ ଛାୟା ଆଶ୍ରମ ରେ ଗତ ତିନି ଦିନ ଧରି ହୋଲି ଉତ୍ସବ ପାଳନ କରିଥିଲେ। ହୋଲି କା ଦହନ, ସତସଙ୍ଗ ସହ ଆଜି ଅନ୍ତେବାସୀ ମାନେ ଅତିଥି ମାନଙ୍କ ଗହଣ ରଂଗ ଅବିର ଖେଳି ଥିଲେ। ବରଗଡ଼ ଜିଲ୍ଲାର ପ୍ରାଚିନ ଶକ୍ତି ତନ୍ତ୍ର ପୀଠ କୁରୁଆ ସ୍ଥିତ ମାଁ ଉମା ମାହେଶ୍ୱରୀ ଙ୍କ ମନ୍ଦିର ରେ ଫାଲଗୁନ ପୂର୍ଣ୍ଣିମା ଉତ୍ସବ ର ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା। ତୋରା ସ୍ଥିତ ମାଁ କାଳୀ ମନ୍ଦିର ପରିସର ରେ ଶ୍ରୀ ରାଧା କୃଷ୍ଣ ଙ୍କ ଦୋଳ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗତ ପାଞ୍ଚ ଦିନ ଧରି ଶ୍ରୀ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବିମାନ ଶବାରୀରେ ବିରାଜମାନ ହୋଇ ଆଖପାଖ ଅଞ୍ଚଳରେ ପରିକ୍ରମା କରି ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ। ପ୍ରତି ପଡ଼ାରେ ଶ୍ରୀ ରାଧା କୃଷ୍ଣ ଙ୍କ ଚଳନ୍ତି ପ୍ରତିମା କୁ ପୂଜାର୍ଚ୍ଚନା କରାଯାଇଥିଲା।

Leave a comment

Your email address will not be published. Required fields are marked *