ୟୁରିଆ ସାର ପାଇଁ ଚାଷୀ ଙ୍କ ରାସ୍ତା ରୋକ୍

Udaya_Labanya | March 19, 2022 | 27 views |0 | Breaking News


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲି କେମ୍ଫ ନିକଟରେ ଇଫକୋ ୟୁରିଆ ସାର ସହିତ ଜୋର ଜବରଦସ୍ତ ଭିଟାମିନ ବିକ୍ରି କରିବା ପ୍ରତିବାଦରେ ଆଜି ଚାଷୀ ମାନେ ରାସ୍ତା ରୋକ୍ କରିଥିଲେ। ଇଫକୋ ୟୁରିଆ ବିକ୍ରୟ କେନ୍ଦ୍ର ରେ ଚାଷୀ ମାନଙ୍କୁ ୟୁରିଆ ସାର ସହିତ ଭିଟାମିନ ନେବାକୁ ସେଠାକାର କର୍ମଚାରୀ ମାନେ ବାଧ୍ୟ କରୁଥିଲେ। ଭିଟାମିନ ନ ନେଲେ ସାର ମିଳିବ ନାହିଁ ବୋଲି ରୋକ ଠୋକ ଶୁଣାଉଥିଲେ। ଏହାର ପ୍ରତିବାଦରେ ଆଜି ଚାଷୀ ମାନେ ମୁମ୍ବାଇ-କୋଲକାତା ଜାତୀୟ ରାଜପଥ କୁ ୪ଘଣ୍ଟା ଧରି ଅବରୋଧ କରିଥିଲେ। ଘଟଣା ସ୍ଥଳରେ କୃଷି ଅଧିକାରୀ ସନ୍ତୋଷ କୁମାର ବେହେରା, ସମ୍ବଲପୁର ସ୍ଥିତ ଇଫକୋ ୟୁରିଆ ସାର କମ୍ପାନୀ ର ଆଞ୍ଚଳିକ ପ୍ରବନ୍ଧକ, ପୋଲିସ ଅଧିକାରୀ ପହଞ୍ଚି ଚାଷୀ ମାନଙ୍କୁ ୨ ବସ୍ତା କରି ୟୁରିଆ ସାର ଦିଆଯିବାକୁ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 6 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories