#Breaking News

ଜି.ଉ ଦୟଗିରିରେ ବିଜେପି ର ପ୍ରଚାର


ଫୁଲବାଣୀ(ସୁନୀଲ ପଟନାୟକ )
ଜି.ଉଦୟଗିରିଏନ ଏ ସି ରେ ବିଜେପି ଅଧ୍ୟକ୍ଷାପ୍ରାର୍ଥୀ ସୁସ୍ମିତା ଜେନା ନେତା ଓ କର୍ମୀଙ୍କୁ ସାଥିରେ ନେଇ ମାରାଥନ ପ୍ରଚାର ଚଳାଇଛନ୍ତି ।
କର୍ମୀମାନେ ମଧ୍ୟ ଏକ ଯୁଟ ହୋଇଦିନ ରାତି ଏକ କରି ଆଗ୍ରହ ର ସହ ଘର ଘର ବୁଲି ସୁସ୍ମିତାଙ୍କ ପାଇଁ ପ୍ରଚାର ଚଳାଇଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କୁ ନେଇ ସୁସ୍ମିତା ବୈଠକମାନ ମଧ୍ୟ କରୁଛନ୍ତି ।
ସସ୍ମିତା ଙ୍କ ପାଇଁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ,ବିଜେପି ନେତା ତଥା କନ୍ଧମାଳ ପ୍ରଭାରୀ ବିରଂଚି ତ୍ରିପାଠି ପ୍ରମୁଖ ଜୋରଦାର
ପ୍ରଚାର କରୁଛନ୍ତି l ବିଜେପି ପ୍ରତି ଧୀରେ ଧୀରେ ଭୋଟର ଙ୍କ ସମର୍ଥନ ମଧ୍ୟ ବୃଦ୍ଧି ପାଉଥିବା ଲକ୍ଷ କରାଯାଉଛି l
ଏପରି ସ୍ଥଳେ ଜିଉଦୟଗିରି ରେ ବିଜେପିନିର୍ବାଚନୀ ପ୍ରଚାର ଜୋରଦାର ଚଳାଇ ଥିବା ବେଳେ ବିଜେଡିମଧ୍ୟ ପଛରେ ପଡିନି l
ବିଜେଡି ର ଅଧ୍ୟକ୍ଷା ପ୍ରାର୍ଥୀ ଭ।ନୁପ୍ରଭା ମିଶ୍ର ମଧ୍ୟ କର୍ମୀ ଙ୍କୁ ଧରି ପ୍ରଚ।ର କୁ ତୀବ୍ର କରିଛନ୍ତି ।
ସାହି ସାହିରେ ବାନେର ଓ ପୋଷ୍ଟର ରେ ଛାଇ ଦେଇଛି ଶାସକ ବିଜେଡିl

କଂଗ୍ରେସପାର୍ଥୀ ମଧୁଲିନା ଡିଗାଲ ପ୍ରଚାର ରେ ଟିକିଏ ପଛୁଆ ଥିଲେ ମଧ୍ୟ ପାରମ୍ପରିକ ଭୋଟ ନେ ବେ l
ତେଵେ, ଏଠାରେ ଅଧ୍ୟକ୍ଷା ପଦବୀ ପାଇଁ ୩ ପ୍ରମୁଖ ଦଳକୁ ମିଶାଇ ୮ ଜଣ ପାର୍ଥୀ ନିର୍ବାଚନ ଲଢ଼ୁଛନ୍ତି l

ଏପଟେ ପଂଚାୟତ ଓ଼ଜ଼ିଲ୍ଲା ପରିଷଦ ନିର୍ବାଚନ ରେ ବିଜେଡି ଚମତ୍କାର ପ୍ରଦର୍ଶନ କରି ଶତପ୍ରତିଶତ ସଫଳତା ଅର୍ଜନ କରିଥିବାରୁ ବିଜେଡି କର୍ମୀ ମାନେ ପୁରା ଜୋଶ ରେ ଅଛନ୍ତି l କଳେ ବଳେ କୌଶଳେକିପରି ପୌର ପରିଷଦ ହାତେଇବେ ସେହି ଚିନ୍ତାରେ ନେତା ଓ କର୍ମୀ l
୧ ୩ କାଉନସିଲ ବିଶିଷ୍ଟ ଜି. ଉଦୟଗିରି ପରିଷଦ ରେ ୮ ହଜ଼ାର ୧୮୫ ଜଣ ଭୋଟର ୧ ୩ ଟି ବୁଥ ରେ ଆସନ୍ତା ଚବିସ ତାରିଖରେ ମତଦାନ କରିବେ l
ଭୋଟ ଗଣତି ସରିଲେ କିଏ ଜିତିବ ଆଉ କିଏ ହାରିବ ସ୍ପଷ୍ଟ ହୋଇଯିବl

Leave a comment

Your email address will not be published. Required fields are marked *