‘କଳାପାହାଡ଼’ ଚଳଚ୍ଚିତ୍ର ପାଇଁ ଅଡ଼ିସନ୍ ଅନୁଷ୍ଠିତ
Udaya_Labanya | March 21, 2022 | 47 views |0 | Breaking News
ଭୁବନେଶ୍ୱର(ଉଲାପ୍ର)ଏସ୍ଡି ଏଣ୍ଟରଟେନ୍ମେଣ୍ଟ୍ ଦ୍ବାରା ନିର୍ମିତ ହେବାକୁ ଯାଉଥିବା ଦ୍ଵିତୀୟ ଚଳଚ୍ଚିତ୍ର ‘କଳାପାହାଡ଼’ ପାଇଁ ଏକ ଅଡ଼ିସନ୍ ଭୁବନେଶ୍ବରସ୍ଥିତ କେଶୁରାଠାର ଅନୁଷ୍ଠିତ ହୋଇଯାଇଛି । ଏକ ଐତିହାସିକ ବିଷୟବସ୍ତୁକୁ ନେଇ ନିର୍ମିତ ହେବାକୁ ଥିବା ଚଳଚ୍ଚିତ୍ରରେ ଅନେକ ନୂଆ ପ୍ରତିଭାବାନ୍ କଳାକାରଙ୍କୁ ସୁଯୋଗ ଦେବାର ଏକ ନିଆରା ପଦକ୍ଷେପ ପ୍ରଯୋଜନା ସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଛି। ଆଜି ଅନୁଷ୍ଠିତ ହୋଇଥବା ଏହି ଅଡ଼ିସନ୍ରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଅନେକ କଳାକାର ଭାଗ ନେବା ସହ ନିଜର ଅଭିନୟର ଯାଦୁ ଦେଖାଇଥିଲେ । ଅଡ଼ିସନ୍ର ବିଚାରକ ରୂପେ ଭେଟେରାନ୍ ଅଭିନେତା ଚନ୍ଦନ କର ଓ ଜୀବନ ପଣ୍ଡାଙ୍କ ସହ ପ୍ରଯୋଜକ ପ୍ରଦୀପ କୁମାର ଯୋଗ ଦେଇଥିଲେ । ପ୍ରକାଶ ଥାଉକି ଓଡ଼ିଶାର ପ୍ରଥମ ସହିଦ୍ ଜୟୀ ରାଜଗୁରୁଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ମହର୍ଷି’ ପରେ କଳାପାହାଡ଼ ଚଳଚ୍ଚିତ୍ର ନିର୍ମାଣ କରି ଓଡ଼ିଆ ଚଳଚ୍ଚିତ୍ରକୁ ଏକ ନୂଆ ଦିଗରେ ନେବା ପାଇଁ ପ୍ରଯୋଜନା ସଂସ୍ଥା ତରଫରୁ ଯୋଜନା କରାଯାଇଛି। କଳାପାହାଡ଼ ଚଳଚ୍ଚିତ୍ର ପାଇଁ ଅଡ଼ିସନ୍ ଆଗକୁ ମଧ୍ୟ ଜାରି ରହିବ ବୋଲି କାର୍ଯ୍ୟକ୍ରମ ସଂଯୋଜକ ନୀରଜ କୁମାର ସୂଚନା ଦେଇଛନ୍ତି ।