#Breaking News #Uncategorized

ନିଷ୍ଠା ପରିବାର ଓ ସାହ୍ଲେପାଲି ଯୁବଗୋଷ୍ଠୀ ର ମିଳିତ ରକ୍ତଦାନ ଶିବିର


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ କିଛି ପରିମାଣ ରେ ଦୂର କରିବା ପାଇଁ ନିଷ୍ଠା ପରିବାର ର ପ୍ରୟାସ ।ସାହ୍ଲେପାଲି,ରେଶମ, ଭେଡେନ,ବରଗଡ ଠାରେ ନିଷ୍ଠା ପରିବାର ଓ ସାହ୍ଲେପାଲି ଯୁବ ଗୋଷ୍ଠୀ ର ମିଳିତ ଉଦ୍ୟମ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ସାହ୍ଲେପାଲି ଉଚ୍ଚ ବିଦ୍ୟାଳୟ ଠାରେ କରାଯାଇଥିଲା। ଏହି ଶିବିର କୁ ସରପଞ୍ଚ୍ ଶ୍ରୀମତୀ ସଞ୍ଜୁଲତା ବାରିକ ଫିତାକାଟି ଉଦ୍ଘାଟନ କରିଥିଲେ ଓ ରକ୍ତଦାତାଂକୁ ଉତ୍ସାହିତ କରିଥିଲେ।ଏହି ଶିବିର ରେ ବୁର୍ଲା ରକ୍ତ ଭଣ୍ଡାର ଦ୍ବାରା ମୋଟ ୭୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଶିବିର ପରିଚାଳନା ରେ ନିଷ୍ଠା ପରିବାର ର ସଭାପତି ରକ୍ଷପାଳ ସାହୁ,କୋଷାଧ୍ଯକ୍ଷ ଶ୍ୟାମସୁନ୍ଦର ସାହୁ , ଉପଦେଷ୍ଟା ବିଦ୍ୟାଧର ଭୋଇ , ଚିତ୍ରସେନ ପ୍ରଧାନ, ହେମାଞ୍ଚଳ ସାହୁ, ରାତ୍ର ପ୍ରଧାନ ,ଦୟାନିଧି ଷଡଙ୍ଗୀ ଏବଂ ସାହ୍ଲେପାଲି ଯୁବଗୋଷ୍ଠୀ ର ବାଳଗୋପାଳ ଭୋଇ, ଉମାକାନ୍ତ ନାଏକ , ପ୍ରଭାକର ପ୍ରଧାନ, ପୃଥ୍ବୀରାଜ ଭୋଇ,ପିଣ୍ଟୁ ସାହୁ ,ସୁନୀଲ ବାରିକ ଓ ସାହ୍ଲେପାଲି ର ଜନସାଧାରଣ ଉତ୍ସାହ ର ସହିତ ପୂର୍ଣମାତ୍ରା ରେ ସହଯୋଗ କରି ଏବଂ ସକ୍ରିୟ ଅଂଶ ଗ୍ରହଣ କରି ଶିବିର କୁ ସଫଳ କରିଥିବାରୁ ସାହ୍ଲେପାଲି ଯୁବଗୋଷ୍ଠୀ ଙ୍କୁ ନିଷ୍ଠା ପରିବାର ତରଫ ରୁ ସମ୍ବର୍ଦ୍ଧିତ କରାଯାଇଥିଲା।

#

Leave a comment

Your email address will not be published. Required fields are marked *