#Breaking News

ପଦ୍ମଶ୍ରୀ ପ୍ରମୋଦ ଭଗତ ଙ୍କୁ ସ୍ଵତନ୍ତ୍ର ସ୍ପୋର୍ଟସ ଷ୍ଟାର ଏସ ଆୱାର୍ଡ଼

ବରଗଡ / ଅତାବିରା :-
(ସତ୍ୟ ନାରାୟଣ ପ୍ରଧାନ)
ବରଗଡ ଜିଲ୍ଲା ଅତାବିରା ମାଟିର ସୁପୁତ୍ର ତଥା ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଖେଳାଳୀ ପଦ୍ମଶ୍ରୀ ପ୍ରମୋଦ ଭଗତ ଙ୍କୁ ସ୍ପୋର୍ଟସ ଷ୍ଟାର ଏସ ଆୱାର୍ଡ଼ ସମାରୋହ ରେ ବିଶେଷ ଉଲ୍ଲେଖ ପୁରସ୍କାର ରେ ସମ୍ମାନୀତ କରାଯାଇଛି।ଗତକାଲି ମୁମ୍ବାଇ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ବିଶ୍ଵ ର ଏହି ନମ୍ବର ଏକ ଖେଳାଳୀ ଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରା ଙ୍କୁ ବର୍ଷ ର ଶ୍ରେଷ୍ଠ କ୍ରୀଡାବିତ୍ ଭାବରେ ସ୍ପୋର୍ଟସ ଷ୍ଟାର ଅଫ ଦି ଇୟର ପୁରୁଷ ଖେଳାଳୀ ଓ ମୀରବାଇ ଙ୍କୁ ଶ୍ରେଷ୍ଠ ମହିଳା ଖେଳାଳୀ ଭାବରେ ସମ୍ମାନୀତ କରାଯାଇଥିଲା।ସେହିଭଳି ପାରା ଅଲିମ୍ପିକ୍ ରେ ଜ୍ୟାଭଲିନ ରେ ସ୍ୱର୍ଣ୍ଣ ପଦକ ବିଜୟୀ ପାରା ଖେଳାଳୀ ସୁନିତ୍ ଅନଟି ଙ୍କୁ ଶ୍ରେଷ୍ଠ ପାରା ପୁରୁଷ ଓ ଅଭନି ଙ୍କୁ ଶ୍ରେଷ୍ଠ ମହିଳା ପାରା ଖେଳାଳୀ ଭାବରେ ସମ୍ମାନୀତ କରାଯାଇଥିଲା। ବାଇଯୁସ,ଆଇ ଡି ଏଫ୍ ସି ସହ ମିଳିତ ଭାବରେ ଏହି ଏସ ଆୱାର୍ଡ଼ ୨୦୨୨ ପ୍ରଦାନ କରାଯାଇଥିଲା।

Leave a comment

Your email address will not be published. Required fields are marked *