#Breaking News

ଫୁଲ ବାଣୀ ପୋୖରାଧ୍ୟକ୍ଷା ପଦବୀ ପାଇଁ ବିଜେପି ର ଯୋରଦାର ପ୍ରଚାର


ଫୁଲବାଣ(ସୁନୀଲପଟନାୟକ)
ନିର୍ବାଚନ ଏବେଶେଷ ପର୍ଯ୍ୟାୟରେ, Iହାତରେ ବି ଆଉ ସମୟ ନାହିଁ । ତେଣୁ ସବୁ ଦଳର ପ୍ରାର୍ଥୀ ଓ କର୍ମୀମାନେ ଜିଜାନ ଲଗାଇ ଭୋକ ଶେ।ଷ ଭୁଲି ପ୍ରଚାରକୁଯୋରଦାର କରିଛନ୍ତି ।
ନଗରପାଳ ଓ କାଉନସିଲର ପ୍ରାର୍ଥୀମାନେ ମଧ୍ୟ ଘରକୁ ଘର ବୁଲି ପ୍ରଚାରକୁଯୋରଦାର କରିଛନ୍ତି ।
ତେବେ ଏଥର କିଏ ହେବେ ନଗ ରପାଳ ?
ଲୋକେ କାହାକୁ ବାଛିବେ । କିଏ ହେବ ଭୋଟରଙ୍କ ପ୍ରଥମ ପସନ୍ଦ। ଫୁଲବାଣୀ ବାସୀ ଦଳକୁ ଦେଖିନା ପ୍ରାର୍ଥୀଙ୍କ ଯୋଗ୍ୟତା ଓବ୍ୟକ୍ତି ତ୍ଵକୁ ଦେଖି ଭୋଟ ଦେବେ? ଆସନ୍ତା ୨୪ ତାରିଖରେ ସ୍ପଷ୍ଟ ହୋଇଯିବ ।
ବିଜେପିର ନଗରପାଳ ପ୍ରାର୍ଥୀ ସ୍ମିତାରାଣୀ ମହାନ୍ତି ଦଳୀୟ କର୍ମୀ ଓ ସମର୍ଥକଙ୍କୁ ନେଇ ଜବରଦସ୍ତ ଭୋଟ ପ୍ରଚାର କରୁଛନ୍ତି । ସ୍ମିତା ଜଣେ ସ୍ମIର୍ଟ, ଶିକ୍ଷିତ ମହିଳା, ସାଂଗ ଠନିକ ଦକ୍ଷତା ରହିଛି। କିଛି କରି ଦେଖାଇବା ଯୋଶବି ରହିଛି ତାଙ୍କର । ଫଳରେ ସହରର ଶିକ୍ଷିତ । ମହିଳା, ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀ, ସାଧାରଣ ବର୍ଗ ଗୃହିଣୀମାନେ ସ୍ମିତାକୁ ସମର୍ଥନ କରି ପୁରା ଦମରେ ଲାଗିପଡିଛନ୍ତି ।

ସ୍ତିତ । ପ୍ରତି ୱ।ର୍ଡ ବୁଲି କର୍ମୀ ଓ ସମର୍ଥକଙ୍କୁ ନେଇ ବୈଠକ କରିବା ସହ ବଜାରରେ ବୁଲି ତାଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ତାଙ୍କର ରାଜନିତୀରେ ବେଶ ଦକ୍ଷତା ମଧ୍ୟ ରହିଛି ।
ସ୍ମିତା ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଥିବାରୁ ମହିଳାମାନଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି ।
। ସେ ଜଣେ ଭଲ ସଂଗଠିକା ମଧ୍ୟ । ଜନସଂପର୍କ ମଧ୍ୟ ଭଲ ରହିଛି ତାଙ୍କର ।
ତାଙ୍କ ପାଇଁ ଦଳୀୟ କର୍ମୀ, ନେତା ପ୍ରଚାର କରିବା ସହ ବରୀଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇ,ଜିଲ୍ଲା ପ୍ରଭାରୀ ବିରଞ୍ଚିତ୍ରିପାଠୀ . ବିଜେପି ନେତା ପରେଶ ମହାପାତ୍ର, ଭଗବାନ ମହାନ୍ତି, ଓ ଅନ୍ୟମାନେ ପ୍ରଚାର ଚଳାଇଛନ୍ତି । ବିଜେପି ପ୍ରତି ଆକର୍ଷଣ ମଧ୍ୟ ରହିଛି ଭୋଟରଙ୍କ।
ବିଜେଡି ହାତରେ ଅନେକ ବର୍ଷ ହେଲା ପୌରପରିଷଦ ଥିବାରୁ ଭୋଟର ‘ପରିବର୍ତ୍ତନ ମଧ୍ୟ ଚାହୁଛନ୍ତି । ଏଣୁ ସ୍ମିତା ଜିତିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।
ବିଜେଡିର ସାଂସଦ, ମନ୍ତ୍ରୀ। ବିଧାୟକ ଏଠାରେ ଡେରା ପକାଇ ବିଜେଡି ପୌର ଅଧ୍ଯକ୍ଷାପ୍ରାର୍ଥୀନୀ ପୁନମ କ ହଁ ରଙ୍କ ପାଇଁ ପ୍ରଚାର କରୁଥିବାବେଳେ କଂଗ୍ରେସ ମଧ୍ୟ ପ୍ରଚାରକୁଯୋରଦାର କରିଛି ।

ତେବେ ଏଥର ବିଜେଡି,ଓ ବିଜେପି ମଧ୍ୟରେ ଲଢେଇହେବ । Iତେବେ କିଏ ଜିତିବ ଆଉ କିଏ ହାରିବ ଆସନ୍ତ ।୨୬ରେଭୋଟ ଗଣତି ପରେ ଜଣାପଡିବ ।

Leave a comment

Your email address will not be published. Required fields are marked *