#Breaking News

ବାଲିଗୁଡା ଏନ ଏ ସି ରେ ବିଜେପି ର ପ୍ରଚାର ଜୋରଦାର


ଫୁଲବାଣୀ (ସୁନୀଲ ପଟନାୟକ )
ହାତରେ ଆଉ ସମୟ ନାହିଁ lଦିନଟିଏ ରହିଲା, ତାପରେ ପ୍ରଚାର ଶେଷ l ଫଳରେ ଭୋଟର ଙ୍କୁ ମନାଇବା ଲାଗି ସବୁଦଳ ଜି ଯାନ ଏକ କରି ଭୋକ ଶୋଷ ଭୁଲି ପ୍ରଚାର ଚଳାଇଛନ୍ତି l
ବିଜେପି ଜ଼ିଲ୍ଲା ସଭାପତି ଜଗନାଥ ସାହୁ ପ୍ରଚାରମଙ୍ଗ ଧରିଛନ୍ତି l ବାଲିଗୁଡା ଏନ ଏ ସି ଅଧ୍ୟକ୍ଷ ସିଟ ଦଖଲ ସହ 13 ଗୋଟି କା ଉନସିଲର ଙ୍କୁ ଜିତାଇବା ପାଇଁ ବିଜେପି ବାଇକ ରାଲି, ପଥପ୍ରାନ୍ତ ସଭା ସହିତ ଘରକୁ ଘର ବୁଲି ପ୍ରଚାର କରୁଛି l ଭୋଟର ମଧ୍ୟ ଏଥର ପରିବର୍ତନ ଚାହୁଁଥିବା ବିଜେପି ଜ଼ିଲ୍ଲା ସଭାପତି ଜଗନ୍ନାଥ ସlହୂକହିଛନ୍ତି l

ବାଲିଗୁଡା ଏନ ଏ ସି ରେବିଜେପି ଚେୟାର ମେନ ପ୍ରାର୍ଥୀ ଭାବେ ଜଣେ ଉଚ୍ଚ ଶିକ୍ଷିତା ଯୁବତୀ କୁସୁମପ୍ରଧାନଙ୍କୁ ଟିକେଟଦେଇଛି l
ସେହିପରି ଏନଏ ସି ର 13 ଗୋଟି ୱାର୍ଡ ରେ ମଧ୍ୟ ଶିକ୍ଷିତ ନୂଆମୁହଁ ଙ୍କୁ ପ୍ରାର୍ଥୀ କରିଛି ବିଜେପି l ଫଳାରବିଜେପି ପ୍ରତି ଲୋକଙ୍କ ସମର୍ଥନ ବଢୁଛି l
ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ,ବିଜେପି ନେତା ପଦ୍ମ ଦାସ ଅଭୟ ପାତ୍ର, ଜ଼ିଲ୍ଲା ସମ୍ପାଦକ ଦେବେନ୍ଦ୍ର କୁଡେ଼ଇ, ଇନ୍ଦ୍ରମଣି ପାତ୍ର ମଣ୍ଡଳ ସଭାପତି ଦିବାକର ସାହୁ ଙ୍କ ସମେତ ବହୁ ତୁଙ୍ଗ ନେତା ଘରକୁ ଘର ବୁଲି ବିଜେପି କୁ ଭୋଟ ଦେବାକୁକହୁଛନ୍ତି l ଗତଥର ବିଜେଡି ଦଖଲ ରେ ଥିଲା ଏହି ଏନଏସି lକିନ୍ତୁ ଆଖିଦୃଷ୍ଟିଆ ବିକାଶ ହୋଇନାହିଁ l ବିଭିନ୍ନ ୱାର୍ଡରେ ପାଇପ ପାଣି ପହଂଚିନି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି l ବିଜେଡି କର୍ମୀ ଓ ନେତା ବିଭିନ୍ନ ଦୁର୍ନୀତି ରେ ଜଡିତ ଥିବା ବିଜପିନେତା ମନେକହିଛନ୍ତିl
ଫଳରେ ସ୍ୱଚ୍ଛ, ନିର୍ମଳ, ଦୁର୍ନୀତି ମୁକ୍ତ ଏନ ଏ ସି ଗଠନ କରି ଲୋକଙ୍କ
ମୌଳିକ ସମସ୍ୟା ଦୂର କରିବାକୁ ପ୍ରତିଶୃତି ଦେଇ ଭୋଟ ଭିକ୍ଷା କରୁଛି ବିଜେପି l
ସେହିପରି ବିଜେଡି ମଧ୍ୟ ପ୍ରଚାର କୁ ଜୋରଦାର କରିଛି l ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଡ଼ଃ, ଅଚ୍ୟୁତ ସାମନ୍ତ, ବିଧାୟକ ଚକ୍ରମଣି କହଁର, ନବନିର୍ବାଚିତ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ବ୍ଳକ ଅଧ୍ୟକ୍ଷା, ବିଜେଡି ର ବରିଷ୍ଠ ନେତା ଟୁନା ଦାସ, କୄନୂଆଗାଁ ବିଜେଡି ନେତା କୃଷ୍ଣ ପାଣିଗ୍ରାହୀ, ବିଜେଡି ନେତା ଲୋ କନାଥପାଢ଼ି ପ୍ରମୁଖ ମିଶି ବିଜେଡିଅ ଧ୍ୟକ୍ଷପାର୍ଥୀ ଗୋବିନ୍ଦ ପ୍ରଧାନ ଙ୍କ ସପକ୍ଷରେ ଭୋଟ ପ୍ରଚାର କରୁଛନ୍ତି l ବିଜେଡି ଆଶାତୀତସଫଳତା ଲାଭ କରିବବୋଲି ବରିଷ୍ଠନେତା ଟୁନା ଦାସ କହିଛନ୍ତିl
ସେହିପରି କଂଗ୍ରେସ ମଧ୍ୟ ମାରାଥନ ପ୍ରଚାର କରୁଛି l ନିଜସପକ୍ଷରେ ଭୋଟ ଭିକ୍ଷା କରୁଛi
ଏହି ଏନଏସି ରେ ମୋଟ ଚଉଦ ହଜ଼ାର ସତସହ ଚlରୀ ଭୋଟ ର ଆସନ୍ତା ଚବିସ ରେ ସତର ଗୋଟି ବୁଥ ରେ ସେମନକମତାଧିକାର ସାବ୍ୟସ୍ତ କରିବେ l

Leave a comment

Your email address will not be published. Required fields are marked *