#Breaking News

ସମନ୍ଵିତ ସ୍ବାସ୍ଥ୍ୟ ଚିକିତ୍ସା ଶିବିର


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଚକରାମାଲ ଗ୍ରାମ ଠାରେ ଆଜି ଏକ ଅଣ ସଂକ୍ରମଣ ରୋଗ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଭୁକ୍ତା ଏବଂ ଜଙ୍ଗଲ ବିଭାଗ ଚକରାମାଲ ଦ୍ବାରା ଆୟୋଜିତ ଏହି ଶିବିର କୁ ଅମ୍ଭାଭୋନା ବ୍ଲକ ଅଧ୍ୟକ୍ଷ କିର୍ତ୍ତି ଚନ୍ଦ୍ର ଦୁଆନ ଉଦଘାଟନ କରିଥିଲେ। ଶିବିର ରେ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ବିସ୍ଥାପିତ ଗ୍ରାମ କୁରୁମ କେଲ,ଭୁତଲି,ବାଲଯୁରୀ ଗ୍ରାମ ର ଗ୍ରାମବାସୀ ମାନେ ଚିକିତ୍ସିତ ହୋଇଥିଲେ। ଏଥିରେ ଉଚ୍ଚ ରକ୍ତଚାପ, ଡାଇବେଟିସ ଓ ଅନ୍ୟାନ୍ୟ ରୋଗ ଚିକିତ୍ସା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଶିବିର ରେ ୧୨ ରୁ ୨୪ ବର୍ଷ ଓ ୧୮ ରୁ ଉର୍ଦ୍ଧ୍ବ ବୟସ ବାଳକ ବାଳିକାଙ୍କୁ କୋଭିଡ ଟୀକା ଦିଆଯାଇଥିଲା। ଡାକ୍ତର ଦୁର୍ଗା ପ୍ରସାଦ ଦାସ ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଲଖନପୁର ର କର୍ମଚାରୀ ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *