ନୂଆପଦରରେ ଏସବିଆଇ ର ନୂତନ ଏଟିଏମ ଉଦଘାଟିତ

Udaya_Labanya | March 22, 2022 | 53 views |0 | Uncategorized


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆଁପଦର ଠାରେ ଏସବିଆଇର ଏକ ନୂତନ ଏଟିଏମ ଉଦଘାଟିତ ହୋଇ ଯାଇଛି l ଭାରତୀୟ ଷ୍ଟେଟ ବ୍ୟାଙ୍କ ଫିରିଙ୍ଗିଆ ଶାଖା ପରିଚାଳକ ନିର୍ମଳ କୁମାର ନାଏକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ଉଦଘାଟନି ଉତ୍ସବ ରେ ଫିରିଙ୍ଗିଆ ଗୋଷ୍ଟି ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ଏଟିଏମ ଡିଜିଏମ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ , ଫୁଲବାଣୀ ଆଞ୍ଚଳିକ ପ୍ରବନ୍ଧକ ହୃଦୟରଞ୍ଜନ ଦାଶ , ମୁଖ୍ୟ ଶାଖା ପରିଚାଳକ ବିଷ୍ଣୁ କୁମାର ସାହାଣୀ , ଭୁବନେଶ୍ୱର ଏଜିଏମ୍ ଆଇଟି ଚନ୍ଦ୍ରଶେଖର ସାମନ୍ତରାୟ , ଭୁବନେଶ୍ୱର ଏସବିଆଇ ପ୍ରୋଜେକ୍ଟ ମ୍ୟାନେଜର ରାଜେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନୂଆ ପଦର ସରପଞ୍ଚ ଭବାନୀ ଶଙ୍କର କହଁର, ଅଞ୍ଚଳ ର ବରିଷ୍ଠ ନେତା ପ୍ରଦୀପ କୁମାର ବେହେରା, ଠିକାଦାର ମୀନକେତନ ସାହୁ ଙ୍କ ସମେତ ଅଞ୍ଚଳ ର ବହୁ ଜଣାଶୁଣା ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।ଏଠାରେ ଏଟିଏମ୍ ହେବା ଦ୍ଵାରା ଅଞ୍ଚଳ ର ଅନେକ ଲୋକ ଏହାର ସୁବିଧା ପାଇ ପାରିବେ, ପୁର୍ବରୁ ଏହି ଅଞ୍ଚଳ ର ଜନସାଧାରଣ ୧୦ କିମି ଫିରିଙ୍ଗିଆ ଗଲେ ଏଟିଏମ୍ ସୁବିଧା ପାଇ ପାରୁଥିବା ବେଳେ ସାଢିଙ୍ଗିଆ, ସୁମରବନ୍ଧ ଲୋକ ଙ୍କ ପାଇଁ ୩୦ ରୁ ୩୫ କିମି ଦୂର ଫିରିଙ୍ଗିଆ ହେଉଥିଲା, l ତେବେ ଦୀର୍ଘ ଦିନ ପରେ ନୂଆପଦର ଠାରେ ଏକ ଏଟିଏମ ନିର୍ମାଣ ହୋଇ ଥିବାରୁ ଅଞ୍ଚଳ ବାସି ଖୁସି ବ୍ୟକ୍ତ କରିଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ରୋଟାରୀ କ୍ଲବ ପକ୍ଷରୁ ଛାତ୍ର ଛାତ୍ରୀପୁରସ୍କୃତ

Udaya_Labanya | September 25, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ରବିବାରଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ କ୍ଲବ ର ସମ୍ମିଳନୀ କକ୍ଷ ଠାରେସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବେସିକ ଏଜୁକେସନ ଉପରେ ହୋଇଥିବା ଏକ ପ୍ରତିଯୋଗୀତା ର କୃତି ଛାତ୍ରଛାତ୍ରୀ ଙ୍କୁମାନପତ୍ର, କପ, ଅର୍ଥ ରାଶି ପ୍ରଦାନ…

ଫୁଲବାଣୀ ରେ ଚକ୍ଷୁ ଚିକିତ୍ସା ଶିବିର, ୪୩ଜଣ…

Udaya_Labanya | September 25, 2022 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ହାଟପଦାସ୍ଥିତ ମାଆ ନାରାୟଣୀ ଙ୍କ ସମ୍ମିଳନୀ କକ୍ଷରେ ମହାନଦୀ ନେତ୍ର ଚିକିତ୍ସାଳୟ ଆନୁକୂଲ୍ୟରେ ମିଳିତ ନାଗରିକ କମିଟି ଓ ସଚେତନ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅନୁଷ୍ଠିତ ମାଗଣା ଚକ୍ଷୁ ଚିକିତ୍ସା ଶିବିର ରେ ୨୦୦ରୁ…

Leave a Reply

Your email address will not be published. Required fields are marked *

Archives

Categories