ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ୪୫ତମ ବାର୍ଷୀକ ଉତ୍ସବ ଅନୁଷ୍ଠିତ

Udaya_Labanya | March 22, 2022 | 75 views |0 | Breaking News

ତା ୨୨.୦୩.୨୦୨୨ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକର ମୁଖ୍ୟ ସମ୍ପାଦକ କବିସାରଥୀ ଡଃ ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କ ପୌରୋହିତରେ ଆର୍ଯ୍ୟକବି ପଣ୍ଡିତ ଡଃ. ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ (କଟକ), ଅଗ୍ନୀସ୍ଫୁଲିଙ୍ଗ (ରାଉରକେଲା) ଓ ଓଡିଶା ପୂଜ୍ୟପୁଜା ପରିଷଦ (କଟକ) ଆନୁକୂଲ୍ୟରେ ଦିବସ ବ୍ୟାପି ୪୫ତମ ରାଜ୍ୟସ୍ତରୀୟ ଲେଖକ,କବି ଓ କଳାକାର ସମାବେଶ,କବିତା ପାଠ,ପୁସ୍ତକ ଉନ୍ମୋଚନ,ସାଧାରଣ ସଭା ଓ ସାରସ୍ୱତ ସମ୍ବର୍ଦ୍ଧନା ମହୋତ୍ସବ କଟକ ସ୍ଥିତ କର୍ମବୀର ଗୌରୀଶଙ୍କର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠିତ ଉତ୍ସବରେ ଉଦ୍ଘାଟକ ଭାବେ ନୀଳଗିରିର ରାଜାସାହେବ ଶ୍ରୀଯୁ୍କ୍ତ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଓ ନୀଳଗିରିର ରାଣୀସାହେବା ଶ୍ରୀମତୀ ମନୋଜା ମଞ୍ଜରୀ ଦେବୀ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ତଥା ପ୍ରାକ୍ତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ, ମୁଖ୍ୟ ବକ୍ତା ଭାବେ ଡା.ସଂଗ୍ରାମ କେଶରୀ ସାମନ୍ତରାୟ ସମାନ୍ନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ହୁସେନରବି ଗାନ୍ଧୀ ଓ ସମ୍ମାନୀତ ବକ୍ତା ଭାବେ ଶ୍ରୀଯୁକ୍ତ ଗୋପୀନାଥ ପଟ୍ଟନାୟକ ସମାନ୍ନିତ ଅତିଥି ଭାବେ ନ୍ରୁଷିଙ୍ଘାନନ୍ଦ ମହାପାତ୍ର ୟୋଗ ଦେଇଥିଲ | ପ୍ରଥମ ଅଧିବେଶନରେ ନବକିଶୋର ବେହେରା, ସୁଶାନ୍ତ କୁମାର ନାୟକ, ସୁକାନ୍ତୀ ସାହୁ ଓ ଚାରୁଲତା ଭୂୟାଁଙ୍କ ସଂଯୋଜନାରେ ରାଜ୍ୟର କୋଣଅନୁକୋଣରୁ ଆସିଥିବା କବି ଓ କବୟତ୍ରୀମାନଙ୍କ ଦ୍ୱାରା ସ୍ୱରଚିତ କବିତା ପାଠ କରାଯିବା ସହିତ ମା ମଙ୍ଗଳା ଡ୍ୟାନ୍ସ ଏକାଡେମୀ, ଜଗସିଂହପୁର ଆସିଥିବା କଳାକାରମାନଙ୍କ ଦ୍ୱାରା ନୃତ୍ୟପରିବେଷଣ କରାଯାଇଥିଲା | ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଓ ଉତରୀୟ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା |

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories