ଜିଲ୍ଲା ଓକିଲ ସଂଘ ନିର୍ବାଚନ : ଚନ୍ଦ୍ରଧ୍ଵଜ ଜାଲ ,ସଭାପତି ଓ ହରିହର ପ୍ରଧାନ ସାଧାରଣ ସମ୍ପାଦକ

Udaya_Labanya | March 26, 2022 | 35 views |0 | Breaking News


ବରଗଡ :-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ ଜିଲ୍ଲା ଓକିଲ ସଂଘ ନିର୍ବାଚନ ରେ ବରିଷ୍ଠ ଓକିଲ ଚନ୍ଦ୍ରଧ୍ଵଜ ଜାଲ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ହରିହର ପ୍ରଧାନ ଲଗାତାର ତୃତୀୟ ଥର ପାଇଁ ତଥା ସର୍ବମୋଟ ଚତୁର୍ଥ ଥର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି। ପୋଲିଂ ହୋଇଥିବା ସର୍ବମୋଟ ୨୮୭ ଭୋଟ ରୁ ଚନ୍ଦ୍ରଧ୍ଵଜ ଜାଲ ୧୮୫ ଭୋଟ ପାଇ ସଭାପତି , ହରିହର ପ୍ରଧାନ ୧୪୮ ଭୋଟ ପାଇ ସାଧାରଣ ସମ୍ପାଦକ, ହେମନ୍ତ ପୁରୋହିତ ୧୭୪ ଭୋଟ ପାଇ ଉପ- ସଭାପତି,ରାଜେନ୍ଦ୍ର ମହାନ୍ତି ୧୪୯ ଭୋଟ ପାଇ ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି।ପ୍ରକାଶ ଥାଉକି ପୂର୍ବରୁ କାର୍ଯ୍ୟକାରୀ କମିଟିର ୧ ନମ୍ବର କେଟାଗୋରି ରେ ହରଦୀପ ସିଂ ଓ କିଶୋର ଦାଶ, ୨ ନମ୍ବର କେଟାଗୋରୀ ରେ ଅନୁପ ଶତପଥୀ ଓ ସୁଧୀର ଦେବତା ,୩ ନମ୍ବର କେଟାଗୋରୀ ରେ ସନକ ଦାଶ ଓ ଶୁକଦେବ ସାହୁ ପୂର୍ବରୁ ନିର୍ବିରୋଧ ନିର୍ବାଚିତ ହୋଇଥିଲେ।ଆଜି ର ନିର୍ବାଚନ କୁ ବରିଷ୍ଠ ଓକିଲ ପଞ୍ଚାନନ ମିଶ୍ର ନିର୍ବାଚନ ଅଧିକାରୀ ଭାବରେ ପରିଚାଳନା କରି ଥିବାବେଳେ ତାଙ୍କୁ ଦିପାଂଶୁ ଆଚାର୍ଯ୍ୟ, ବିକ୍ରମାଦିତ୍ୟ ପଣ୍ଡା,ଟୁନାଜ୍ ଚନ୍ଦ୍ର ତ୍ରିପାଠୀ, ଦ୍ୟୁତିଶ ଆଚାର୍ଯ୍ୟ,କିରଣ ମିଶ୍ର,ଜିତୁ ସାହୁ,ସୋମଦତ୍ତ ମହାପାତ୍ର,ଅପ୍ରମିତ ମିଶ୍ର ,ଅଧିକାରୀ ପ୍ରଧାନ ସହଜୋଗ କରିଥିଲେ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories