ଜିଲ୍ଲା ସ୍ଥରୀୟ ଭାରତ ସ୍କାଉଟ ଏବଂ ଗାଇଡ଼ କ୍ୟାମ୍ପ ୨୦୨୧-୨୨

Udaya_Labanya | March 26, 2022 | 24 views |0 | Breaking News

ଫୁଲବାଣୀ:-(ଉଲାପ୍ର)(ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଜିଲ୍ଲା ସ୍ଥରୀୟ ଭାରତ ସ୍କାଉଟ ଏବଂ ଗାଇଡ଼ କ୍ୟାମ୍ପ ୨୦୨୧-୨୨ ଉଦଘାଟିତ ହୋଇଯାଇଛି। ଏସ ଏସ ଭି ଏମର ପ୍ରଧାନାଚାର୍ଯ୍ୟ ତଥା କ୍ୟାମ୍ପ ଆୟୋଜକ ଜାନକୀ ବଲ୍ଲଭ ବିଷୋୟୀ ଅତିଥି ପରିଚୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି ଯୋଗ ଦେଇ ପିଲାମାନେ ହାରିବା ଜିତିବାକୁ ନଜର ନଦେଇ ଜିତିବା ପାଇଁ ବାରମ୍ବାର ଚେଷ୍ଟା କରିବା ଉଚିତ କାରଣ ଚେଷ୍ଟା ହି ସଫଳତାର ଚାବିକାଠି ବୋଲି ବକ୍ତବ୍ୟ ରଖିଥିଲେ।ସଂମାନିତ ଅତିଥି ଭାବେ ବିଇଓ ରଞ୍ଜନ କୁମାର ଦିଗାଲ ଯୋଗଦେଇ ଦୀର୍ଘ ଦୁଇ ବର୍ଷ ପରେ ଏହି ଉତ୍ସଵ ପାଳିତ ହେଉଥିବା ରୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଖୁସି ଅନୁଭବ କରିଛନ୍ତି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଟିକାବାଲି ବିଇଓ ଜଗନ୍ନାଥ ସାହାଣୀ ଭାରତ ସ୍କାଉଟର ଫାଉଣ୍ଡରଙ୍କୁ ଅଭିନନ୍ଦନ ଜଣାଇବା ପରେ ସମସ୍ତ ପିଲାଙ୍କୁ ଗୁରୁଜନ ମାନେ ଯାହା ଉପଦେଶ ଦେବେ ପାରୁ ପର୍ଯ୍ୟନ୍ତ ମୁଣ୍ଡ ପାତି ଗ୍ରହଣ କରି ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଖଜୁରିପଡା ବିଇଓ ବିନୋଦ କୁମାର ଦିଗାଲ,ଏସ ଏସ ଭି ଏମ ଫୁଲବାଣୀର ସଭାପତି ହରିଶ୍ଚନ୍ଦ୍ର ମହାରଣା,ଭାରତ ସ୍କାଉଟ ଏଣ୍ଡ ଗାଇଡ଼ର ଜିଲ୍ଲା ସମ୍ପାଦକ କୈଳାସ ଚନ୍ଦ୍ର ପ୍ରଧାନ, ସ୍କାଉଟ ଏବଂ ଗାଇଡ଼ର ଜିଲ୍ଲା ମୁଖ୍ୟ କମିଶନର ଡିଇଓ କନ୍ଧମାଳ ଫୁଲବାଣୀ ପ୍ରମୋଦ କୁମାର ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସିନ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଦେବୀ ଶତପଥୀ, ସତ୍ୟ ସାଇ ବିଦ୍ୟାଳୟର ସ୍କାଉଟ ଶିକ୍ଷକ ପ୍ରଶାନ୍ତ କୁମାର ଦାଶ୍,ପବ୍ଲିକ ସ୍କୁଲର ସ୍କାଉଟ ଶିକ୍ଷକରୂପକ ମହାନ୍ତି, ଏସ ଏସ ଭି ଏମର ଭଗବାନ ସାହୁଙ୍କ ସମେତ ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କ୍ୟାମ୍ପରେ ଯୋଗ ଦେଇଛନ୍ତି।ଏହି କ୍ୟାମ୍ପ ଆଗାମୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ ବୋଲି ପ୍ରଧାନାଚାର୍ଯ୍ୟ ସୂଚନା ଦେଇଛନ୍ତି।

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 4 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories