ଓଡିଆ ସାହିତ୍ୟ ର ଶ୍ରେଷ୍ଠ ସାଧକ ମାନଙ୍କ ଜୀବନ କାହାଣୀ ଏବେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ରେ…ଏପ୍ରିଲ ୧ ଉତ୍କଳ ଦିବସରେ ପ୍ରସାରଣ ହେବାକୁ ଯାଉଛି ବନ୍ଦେ ଉତ୍କଳ ଜନନୀ

Udaya_Labanya | March 27, 2022 | 229 views |0 | Uncategorized

ଭୁବନେଶ୍ୱର(ଉଲାପ୍ର): ଓଡ଼ିଆ ସାହିତ୍ୟର ସର୍ବକାଳୀନ ଶ୍ରେଷ୍ଠ ସାଧକ ମାନଙ୍କୁ ନେଇ ଏବେ ଗବେଶଣାତ୍ମକ ଜୀବନ କାହାଣୀକୁ ପ୍ରଥମଥର ପାଇଁ ଓଟିଟି ପ୍ଲାଟଫର୍ମ ରେ ପ୍ରସାରଣ କରିବାପାଇଁ ଏକ ଅଭିନବ ପ୍ରୟାସ କରିଛି ଓଡିଶାର ସର୍ବାଧିକ ଆଦୃତ ଓ ଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା! ପଞ୍ଚସଖା ଯୁଗରୁ ଆଜିର ଆଧୁନିକ ଓଡ଼ିଆ ସାହିତ୍ୟ ପର୍ଯ୍ୟନ୍ତ ଏମିତି କିଛି ଲୋକପ୍ରିୟ ସାହିତ୍ୟକ, କବି,ଲେଖକଙ୍କ ଆତ୍ମଜୀବନୀ କୁ ପରଦାରେ ଦେଖିବା ପାଇଁ ବେଶ୍ କଶ ସରତ୍ କରିବାକୁ ପଡିଛି! ବିଶ୍ଵର କୋଣ ଅନୁକୋଣ ରେ ଥିବା ଆମ ଦର୍ଶକ ମାନେ ଆମ ଓଡିଆ ସାହିତ୍ୟର ଏହି ମହାରଥୀ ଯଥା ଓଡିଆ ଭାଗବତର ରଚୟିତା ଅତିବଡି ଜଗନ୍ନାଥ ଦାଶ ,କବି ସମ୍ରାଟ ଉପେନ୍ଦ୍ର ଭଞ ,ବ୍ୟାସକବି ଫକୀରମୋହନ ସେନାପତି, ସ୍ୱାଭାବ କବି ଗଙ୍ଗାଧର ମେହେର ଏବଂ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଆମଜୀବନୀ ଦେଖିପାରିବେ ! ଯାହାର ପ୍ରଯୋଜନା କରିଛନ୍ତି ଅକ୍ଷୟ ପରିଜା ଓ ନିର୍ଦ୍ଦେଶନା ଦେଇଛନ୍ତି ଭିଶାଲ ମୋର୍ଯ୍ୟ ଦେବିପ୍ରସାଦ ଲେଙ୍କା ଆଉ ଚିତ୍ରନାଟ୍ୟ କରିଛନ୍ତି ହରପ୍ରସାଦ ଦାସ ଓ ରିପୋର୍ଟ ଦେଇଛନ୍ତି ଅମୃତ ନନ୍ଦ ! ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଉଥିବା ଓଡ଼ିଆ ଦର୍ଶକ ଏହି ଅଭିନବ ପ୍ରୟାସକୁ ପସନ୍ଦ କରିବେ ବୋଲି ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ର ଆଶା ଓ ଭରଶା !

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 34 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 45 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories