ଖୁବ୍ ଶୀଘ୍ର ପରଦାକୁ ଆସିବ ‘ବାଳୀ – ଦ ସେଭିୟର

Udaya_Labanya | March 27, 2022 | 126 views |0 | Uncategorized

ଭୁବନେଶ୍ୱର(ଉଲାପ୍ର) କଥାରେ ଅଛି-ଅପେକ୍ଷାର ଫଳ ମିଠା। ହେଲେ ସେ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିଥାଏ। ସେପଟେ ସେ ଯେଉଁ ଭୂମିକାରେ ଅଭିନୟ କରିବାକୁ ମନ ବଳାଇଥୁଲେ ତାହା ମଧ୍ୟ ପୂରଣ ହୋଇଛି। କଥା କ’ଣ ଏକାଧାରରେ ପ୍ରଯୋଜକ-କମ୍–ଅଭିନେତା ସୂର୍ଯ୍ୟକାନ୍ତ ସାମଲ ଏକ ଭିନ୍ନ ଧରଣର ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିବେ। ଫିଲ୍ମଟି ହେଲା ‘ବାଳୀ–ଦ ସେଭିୟର’। ଏଥିରେ ଜଣେ ସାଧାରଣ ଯୁବକ ଭୂମିକାରେ ସେ ଅଭିନୟ କରୁଛନ୍ତି। ଏକ ବସ୍ତିବାସିନ୍ଦାର ସୁରକ୍ଷା ପାଇଁ ଯୁବକ ଜଣକ କିପରି ନିଜ ଜୀବନକୁ ବାଜି ଲଗାଇ ଦେଉଛି ତାହା ଏଥ୍‌ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ମାମା ସାମଲ। ଏଥିରେ ମାମା ଜଣେ ଜର୍ନାଲିଷ୍ଟ ଭୂମିକାରେ ଅଭିନୟ କରିଛନ୍ତି। ସୂର୍ଯ୍ୟକାନ୍ତ-ମାମା ଯୋଡ଼ି ବ୍ୟତୀତ ଅଶ୍ରୁମୋଚନ ମହାନ୍ତି, ଚୌଧୁରୀ ଜୟ ପ୍ରକାଶ ଦାସ, ସ୍ମିତା ମହାନ୍ତି, ହରିହର ମହାପାତ୍ର, ଚିନ୍ତାମଣି ବିଶ୍ବାଳ, ବାପି ରୟ ପ୍ରମୁଖ କଳାକାର ଏଥିରେ ଅଭିନୟ କରିଛନ୍ତି। ସୂର୍ଯ୍ୟକାନ୍ତ ସାମଲଙ୍କ ପ୍ରଯୋଜନାରେ ଏହାର ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀକ୍ରିଷ୍ଣା ଓ ରିପୋର୍ଟ ଦେଇଛନ୍ତି ଅମୃତ ନନ୍ଦ। ଫିଲ୍ମଟି ଖୁବ୍ ଶୀଘ୍ର ପରଦା ଉପରକୁ ଆସିବ ବୋଲି ସୂଚନା ଦେଇଛନ୍ତି ସୂର୍ଯ୍ୟକାନ୍ତ।

Share this
  •  
  •  
  •  
  •  
  •  
  •  
  •  

Related Posts

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସାନଉଲମା ଗ୍ରାମରେ…

Udaya_Labanya | September 30, 2022 | 7 views |0

_ ନବରଙ୍ଗପୁର/ ଡାବୁଗାଁ(ନି.ପ୍ର): ତା. ୨୯/୦୯/୨୦୨୨ ରିଖ ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଉଲମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଉଲମା ଗ୍ରାମରେ ଲୋକଙ୍କ ଅଧିକାର ଓ ଜୈବିକ ଚାଷକୁ ନେଇ ସାମାଜିକ ଓ ଆର୍ଥିକ ସଚେତନତା ଉପରେ କାଯ୍ୟ କରୁଥିବା…

ରୋଟାରୀ କ୍ଲବ ପକ୍ଷରୁ ଛାତ୍ର ଛାତ୍ରୀପୁରସ୍କୃତ

Udaya_Labanya | September 25, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରବିବାରଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ କ୍ଲବ ର ସମ୍ମିଳନୀ କକ୍ଷ ଠାରେସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବେସିକ ଏଜୁକେସନ ଉପରେ ହୋଇଥିବା ଏକ ପ୍ରତିଯୋଗୀତା ର କୃତି ଛାତ୍ରଛାତ୍ରୀ ଙ୍କୁମାନପତ୍ର, କପ, ଅର୍ଥ ରାଶି ପ୍ରଦାନ…

Leave a Reply

Your email address will not be published. Required fields are marked *

Archives

Categories