ବରଗଡ଼ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
Udaya_Labanya | March 28, 2022 | 35 views |0 | Breaking News
ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଓକିଲ ସଂଘ ପକ୍ଷରୁ ଆଜି ସଂଘ ର ସମ୍ମିଳନୀ କକ୍ଷରେ ଦିବଙ୍ଗତ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରିପୁ ନାଥ ସେଠ ଙ୍କ ବିୟୋଗରେ ଏକ ଶୋକ ସଭା ଆୟୋଜିତ ହୋଇଥିଲା। ବରିଷ୍ଠ ସଭ୍ୟ କୁଶ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ବର୍ଗତ ରିପୁ ନାଥ ସେଠ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ପରେ ସଦସ୍ୟ ମାନେ ତାଙ୍କ ବିୟୋଗରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସଭାରେ ସଂଘ ର ସମ୍ପାଦକ ହରିହର ପ୍ରଧାନ, ଅନନ୍ତଶୟନ ପାଢ଼ୀ,ନିଧୁବନ ପଣ୍ଡା,ନିପନ ଦାଶ, ସରୋଜ ଷଡ଼ଙ୍ଗୀ, ମୋତି ଲାଲ ଦାଶ, ଶରତ ପ୍ରଧାନ,ହରଦିପ ସିଂ ପ୍ରମୁଖ ସମସ୍ତ ସଦସ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।