ଆଖ ପାଖ ଜଙ୍ଗଲ ଲାଗିଛି ନିଆଁ ଫୁଲବାଣୀ ସହର ଧୁଆଂ ମୟ
Udaya_Labanya | March 29, 2022 | 32 views |0 | Breaking News
ଫୁଲବାଣୀ (ସୁନୀଲ ପଟନାୟକ )
ଏଵେ ଗ୍ରୀଷ୍ମ ଆସିଲା lପ୍ରବଳ ଖରା ସାଙ୍ଗକୁଆଖ ପାଖ ଜଙ୍ଗଲ ରେ ନିଆଁ ଲାଗିବା ଫଳରେ ଆଜି ଫୁଲବାଣୀ ସହର ଧୁଆଂ ମୟ ହୋଇଯାଇଛି l
ଯିବାଆସିବା ବେଳେ ଠିକ ସେ ଦେଖାଯାଉନି ବି l
ସେହିପରି ନିଶ୍ୱାସ ପ୍ରଶ୍ୱାସ ନେବାରେ ବି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି l
ନିଆଁ ଲିଭାଇବା ଦିଗରେ ଜଙ୍ଗଲ ବିଭାଗ ଉଦ୍ୟମ କରୁଛି ହେଲେ ସମ୍ପୂର୍ଣ ସଫଳ ହେଉନି l
ନିଆଁ ଏ ଜଙ୍ଗଲ ରୁ ସେ ଜଙ୍ଗଲକୁ ଡେଉଁଛି l
ଫୁଲବାଣୀ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ସଚିଦାନନ୍ଦ ସେଠି ଜଙ୍ଗଲ ବିଭାଗ ନିଆଁ ଲିଭା ସ୍କ୍ୱାଡ଼ ନେଇ ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ରେଞ୍ଜ ଅନ୍ତର୍ଗତ ଗଠିତ ଜଙ୍ଗଲ ସୁରକ୍ଷା ସମିତି, ଯୁବକ ସଙ୍ଘ ,ନାରୀସଂଘ ଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିଥିବା କହିଛନ୍ତି ତଥାପି ଏତେବଡ଼ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ଏତେ ଟା ସହଜ ନୁହେଁ ବୋଲି କହିଛନ୍ତି l
ଲୋକେ ସଚେତନ ହେଵା ଜରୁରୀ ବୋଲି ସେ କହିଛନ୍ତି l