#Breaking News

ଜିଲ୍ଲା ସ୍ତରୀୟ ଆଶା,ଗାଁ କଲ୍ୟାଣ ସମିତି ମହିଳା ଆରୋଗ୍ୟ ସମିତି ସମ୍ମିଳନୀ


ଫୁଲବାଣୀ(ସୁନୀଲ ପଟନାୟକ )
ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ, ୨୦୨୨ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆଜିମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ ଯୋଗ ଦେଇ, ଆଶା କର୍ମୀମାନଙ୍କର ପାରିଶ୍ରମିକ କମ୍ ହୋଇପାରେ ମାତ୍ର ସେମାନେଲୋକଙ୍କୁ ହାତ ପାଆନ୍ତା ରେ ଉନ୍ନତ ମାନର ସେବା ଯୋଗାଇ ଗ୍ରାମବାସୀ, ଜନ ପ୍ରତିନିଧିମାନଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି । କାରଣ ସେମାନେହିଁ ସମସ୍ତଙ୍କର ଆଶାଓ ଭରଷାପାଲଟିଛନ୍ତି । ଆଶା, ଅଙ୍ଗନୱାଡ଼ି, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର କର୍ମୀମାନଙ୍କୁ ସମସ୍ତେ ଶ୍ରଦ୍ଧା କରିଥାନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ସେମାନେ ହିଁ ଲୋକମାନଙ୍କ ନିକଟରେ ପ୍ରଥମେ ପହଞ୍ଝାଇଥାନ୍ତି । ମହିଳା ମାନଙ୍କର ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କର ପ୍ରଚେଷ୍ଟା ସବୁବେଳେ ରହିଛି । ସେମାନଙ୍କୁ ଯେତେ ପ୍ରଶଂସା କଲେବି କମ୍ ହେବ କାରଣ ଲୋକମାନଙ୍କୁ ଯେତେଗୁଡ଼ିଏ ସେବା ଯୋଗାଇ ଦିଆଯାଉଛି ସବୁରି ମୂଳରେ ସେମାନଙ୍କର ଆନ୍ତରିକ ସହଯୋଗ ରହିଛି ବୋଲି ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ମଲ୍ଲିକ କହିଲେ ।
ସେହିପରି କନ୍ଧ ମାଳ ଜ଼ିଲ୍ଲାପାଳ ଡ଼ଃ ବୃନ୍ଦା ଡି ଯୋଗ ଦେଇ ସେବା ଯୋଗାଇବାରେ ଆଶା କର୍ମୀ ଙ୍କ
ତୁଳନା ନାହିଁ କାରଣ ସେମାନେ ନିଜ ନିଜର ପରିବାର ପ୍ରତି ଧ୍ୟାନ ନ ଦେଇ ଅନ୍ୟମାନଙ୍କର ସେବା ପାଇଁସର୍ବଦା ପ୍ରସ୍ତୁତ ଥାନ୍ତି । ତେଣୁ ସେମାନେ ସଦା ପ୍ରଶଂସନୀୟ ବୋଲି ଜ଼ିଲ୍ଲାପାଳ ବୃନ୍ଦା ଡି କହିଥିଲେ ।
ଅନ୍ୟତମ ଅତିଥିଭାବେ ସିଡିଏମଓ ଡ଼ଃ. ମନୋଜ କୁମାର ଉପାଧ୍ୟାୟ ଆଶା କର୍ମୀ ମାନେ ଆନୁଷ୍ଠାନିକ ପ୍ରସବ ହେଉ କି ଗାଁ ଗାଁରେ ବୁଲି ମହିଳା ଓ ଶିଶୁ ମାନଙ୍କୁ ସେବା ଯୋଗାଇ ନିଜର କର୍ତବ୍ୟ ନିଷ୍ଠା ଦେଖାଇ ପାରିଛନ୍ତି। ସେମାନଙ୍କର ନିଷ୍ଠାପର ସେବା ପାଇଁ ସାଧୁବାଦ ଜଣାଇଥିଲେ । ସେମାନେ ଏହିଭଳି ସେବା କରିଚାଲନ୍ତୁ ଏବଂ ସେମାନଙ୍କ ସାଙ୍ଗରେ ସରକାର ଓ ଜିଲ୍ଲା ପ୍ରଶାସନ ସର୍ବଦା ରହିଛି ସେହିପରି ସରକାରଙ୍କର ପ୍ରତ୍ୟେକ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଝାଇବାରେ ଏମାନଙ୍କର ମୁଖ୍ୟ ଭୂମିକା ରହିଛି । କରୋନା ସଂକ୍ରମଣକୁ କମାଇବାରେ ସେମାନଙ୍କର ଉଦ୍ୟମ ବାସ୍ତବିକ୍ ପ୍ରଶଂସନୀୟ । ସେମାନଙ୍କର ବିଭିନ୍ନ ଅସୁବିଧା ଥିଲେବି ସେମାନେ ଲୋକମାନଙ୍କର ସେବାରେ ଅବହେଳା କରୁନାହାଁନ୍ତି । ସେମାନଙ୍କ ପାଇଁ ଲୋକମାନଙ୍କର ଆର୍ଶିବାଦ ନିଶ୍ଚୟ ରହିଛି ଏବଂ ରହିଥିବ ବୋଲି କହିଥିଲେ l
ଆଶା, ଅଙ୍ଗନୱାଡ଼ି, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର କର୍ମୀମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଜିଲ୍ଲାର ମାତୃ ଓ ଶିଶୁ ମୃତ୍ୟୁ ହାର କମ୍ ଅଛି । ସେମାନେ ତାଙ୍କ ପ୍ରାପ୍ୟ ତୁଳନାରେ ଅଧିକ ପରିଶ୍ରମ କରୁଛନ୍ତି ବୋଲି ଜିଲ୍ଲା ଏଡିପିଏଚଓ ଡା. ପ୍ରସନ୍ନ କୁମାର ତ୍ରିପାଠୀ କହିଥିଲେl
, ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର କର୍ମୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆଜିର ଏହି ସମ୍ମିଲନୀ ଆୟୋଜନ କରାଯାଇଥିବା ସେ କହିଥିଲେ l
ସେହିମାନଙ୍କର ନିଷ୍ଠା, ଆନ୍ତରିକ ଉଦ୍ୟମ ଯୋଗୁଁ ଆମେ କୋଭିଡ-୧୯ କୁ ଏକପ୍ରକାର ସୀମିତ ରଖିବାରେ ସକ୍ଷମ ହୋଇପାରିଲୁ ବୋଲି ଡା.ତ୍ରିପାଠୀ ଆହୁରି କହିଥିଲେ । ସେହିପରି ଜିଲା ସମାଜ ମଙ୍ଗଳ ଅଧିକlରିଣୀ ମଞ୍ଜୁଳା ପ୍ରଧାନ ଅଙ୍ଗନବାଡି, ଆଶା କର୍ମୀ ମାନଙ୍କର ନିରନ୍ତର ସେବା ସେମାନଙ୍କୁ ଲୋକଙ୍କ ନିକଟ ତର କରିଥିବା କହିଥିଲେ l
ବିଶେଷ କରି ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଉପଯୁକ୍ତ ସେବା ଯୋଗାଇସମାଜ ରେ ସୁସ୍ଥ ବାତାବରଣ ସ୍ତୁଷ୍ଟି କରିଛି l
ଉଲ୍ଲେଖନୀୟ ସଫଳତା ପାଇଁ ଅତିଥିମାନଙ୍କ ଦ୍ୱାରା ମା’ ଆରୋଗ୍ୟ ସମିତି ନଦୀଖଣ୍ଡି ସାହି , ପିଅନପଡ଼ା ଓ ଡାକପଲା କୁ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ଭାବେ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ବାଲିଗୁଡା ବ୍ଲକର ଆଶା କର୍ମୀ ପ୍ରୀତି ମଞ୍ଜରୀ ମଲ୍ଲିକ ଓ ଟିକାବାଲି ବ୍ଲକ ର ନନ୍ଦିନୀ ପ୍ରଧାନ ଯୁଗ୍ମ ଭାବେ ପ୍ରଥମ ହୋଇଥିବାବେଳେ , ଦାରିଙ୍ଗିବାଡ଼ି ବ୍ଲକର ଲଭଲି ପ୍ରଧାନ ଓ କୋଟଗଡ଼ ବ୍ଲକ୍‌ର ସୁରଭି ଲିମା ଯଥାକ୍ରମେ
ଦ୍ବି ତୀୟ ଓ ତୃ ତୀୟ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଡା. ବସନ୍ତ କୁମାର ପାତ୍ର ଓ ଦେବାଶିଷ ମିଶ୍ର ସମ୍ମିଳନୀକୁ ପରିଚାଳନା କରିଥିବାବେଳେ ଜିଲ୍ଲା ଗାାଁ କଲ୍ୟାଣସମିତି ତଥା ଆଶା କାର୍ଯ୍ୟକ୍ରମ ର ପରିଚାଳକ ଯଶସ୍ୱନି ସାହାଣୀ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଉପ ପରିଚାଳକ ଆଶିଷ କୁମାର ମହାନ୍ତି, ୟୁନିସେଫ୍ ପରାମର୍ଶଦାତା ଡା. ଶୁଭକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *