#Breaking News

ଭିନ୍ନକ୍ଷମ ସାଧାରଣ ବ୍ୟକ୍ତିଙ୍କୁ ବିବାହ କଲେ ପାଇବେ ଅଢେଇ ଲକ୍ଷ ଟଙ୍କା

ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ୪ ଜଣ ଭିନ୍ନକ୍ଷମ ବ୍ୟକ୍ତି ସାଧାରଣ ବ୍ୟକ୍ତି ଙ୍କୁ ବିବାହ କରିଥିବାରୁ ସେମାନଙ୍କୁ ପ୍ରତେକ ୨,୫୦,୦୦୦/- ଟଙ୍କା ଲେଖାଏ ବିବାହ ପ୍ରୋତ୍ସାହନ ରାଶି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠି ପ୍ରଦାନ କରିଥିଲେ, ଗନ୍ଦିଆ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ତ୍ରିଲୋଚନ ମାଝୀ ଏବଂ ସଜନୀ କବି , ଅର୍ଣ୍ଣପୁର ଗ୍ରାମର ଅବନୀ ମୋହନ ସାହୁ ଏବଂ ପ୍ରଞ୍ଜାମୟୀ ସାହୁ , କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବୁଦ୍ଧିଵିଲୀ ଗ୍ରାମର ସୁନୀଲ କୁମାର ବେହେରା ଏବଂ ଲିପିକା ସାହୁ, ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ପୁର ଗ୍ରାମର କୃପାସିନ୍ଧୁ ଦେହୁରୀ ଏବଂ ମାଣ୍ଡିଆ ଦେହୁରୀ ଙ୍କୁ ଏହି ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା l ଜଣେ 40% ରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ଯଦି ସାଧାରଣ ବ୍ୟକ୍ତି ଙ୍କୁ ବିବାହ କରେ, ତାହେଲେ ଏହି ଦମ୍ପତି ଙ୍କୁ ରାଜ୍ୟ ସରକାର ଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଂଶକ୍ତି କରଣ ବିଭାଗ ତରଫ ରୁ ବିବାହ ପ୍ରୋତ୍ସାହନ ରାଶି ବାବଦ ରେ 2,50,000/- ଟଙ୍କା ପ୍ରଦାନ କରାଯାଇଥାଏ l ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲା ରେ ମୋଟ 15 ଗୋଟି ଏବଂ ବର୍ତମାନ ସୁଦ୍ଧା ସର୍ବମୋଟ 56 ଜଣ ଦମ୍ପତି ଙ୍କୁ ଏହି ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବାର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ପ୍ରକାଶ କରିଛନ୍ତି ।

Leave a comment

Your email address will not be published. Required fields are marked *