୧୧ କେ ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ

Udaya_Labanya | March 29, 2022 | 22 views |0 | Breaking News


ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଟାଉନ ଥାନା ଅଧୀନସ୍ଥ କଲାପାଣି ଛକ ନିକଟସ୍ଥ ଚାଷଜମି ଉପରେ ଛିଣ୍ଡି ପଡିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଆଜି ସକାଳୁ ଏସ ସେତରାଜୁ ନାମକ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଏସ ସତରାଜୁ(୬୫) କଲାପାଣି ଛକରେ ରହୁଥିଲେ। ସେ ଜମି ହିଡକୁ ଘାସ କାଟିବାକୁ ଯାଉଥିଲେ। ତେବେ ସେ ଜମି ହିଡରେ ଛିଣ୍ଡି ପଡି ଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ କର୍ତ୍ତବ୍ୟରେ ଅବହେଲା କରିଥିବା ବିଦ୍ୟୁତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଉତ୍ତ୍ୟକ୍ତ ଲୋକେ କଲାପାଣି ଛକରେ ସମ୍ବଲପୁର ବରଗଡ଼ ୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories