ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ ଙ୍କୁ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

Udaya_Labanya | March 30, 2022 | 14 views |0 | Breaking News


ବରଗଡ : (ସତ୍ୟ ନାରାୟଣ ପ୍ରଧାନ)
ସ୍ବର୍ଗତ ରିପୁନାଥ ସେଠ ଥିଲେ କଂଗ୍ରେସ ଦଳର ସାଲିସ ବିହୀନ ନେତା।ଆଜି ସ୍ଥାନୀୟ ସୋଖିନ କଳାକାର ସଂଘ ଠାରେ ଯୁଗଳ ପ୍ରସାଦ ସିଂ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ଦଳୀୟ ପଦାଧିକାରୀ ଓ କର୍ମୀ
ରାଜନେତା ସ୍ବର୍ଗତ ରିପୁ ବାବୁ ଙ୍କୁ ପଶ୍ଚିମ ଓଡ଼ିଶା ର ଜଣେ ଟାଣୁଆ ନେତା ଭାବେ ଅଭିହିତ କରିବା ସହ ସେ ଓଡ଼ିଶା ରାଜନୀତି ରେ ଜଣେ ଯୁଗ ପୁରୁଷ ଥିଲେ ବୋଲି କହିଥିଲେ। ଅତି ସାଧାରଣ ପରିବାର ଓ ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭ କରି ରାଜ୍ୟ ର ମନ୍ତ୍ରୀ ହୋଇ ସେ ଓଡ଼ିଶା ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲେ। ନିଜର ରାଜନୈତିକ ପ୍ରତିଦ୍ବନ୍ଦୀ ମାନଙ୍କୁ ଆପଣେଇ ନେଇଥିଲେ ଏବଂ ସମସ୍ତ ଙ୍କର ପ୍ରୀୟ ପାତ୍ର ହୋଇପାରିଥିଲେ।ତାଙ୍କ ଭଳି ଜଣେ ଦୂରଦୃଷ୍ଟି ରାଜନୈତିକ ବ୍ୟକ୍ତିତ୍ଵ ଙ୍କୁ ଅନୁସରଣ କଲେ ଆଜି ଭଳିଆ ଦିଗହୀନ ରାଜନୀତି ର ଦିଗ ପରିବର୍ତ୍ତନ କରିବାରେ ସଫଳ ହୋଇପାରିବ ବୋଲି ସମସ୍ତେ ଏକ ସ୍ଵରରେ କହିଥିଲେ। ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭା ରେ କଂଗ୍ରେସ ନେତା ପ୍ରଦୀପ ଦେବତା, ହରଦିପ ସିଂ,ନିପନ ଦାଶ ସରୋଜ ମହାପାତ୍ର,ସରୋଜ ଷଡ଼ଙ୍ଗୀ, ହରିହର ପ୍ରଧାନ, ଶୁଭେନ୍ଦୁ ସାହୁ, ଦିଲିପ ନନ୍ଦ, ପ୍ରତାପ ନାୟକ,ରବି ପଣ୍ଡା, ସୁଶିଲ ଭୋଇ, ଗୌରାଙ୍ଗ ନାୟକ, ଜ୍ୟୋତି ରଞ୍ଜନ ପୂଜାରୀ,ଅନନ୍ତ ତାଣ୍ଡି,ଅମିତ୍ ଆଚାର୍ଯ୍ୟ,ପପୁ କୁମ୍ଭାର,ପୂର୍ଣ୍ଣ ପ୍ରଧାନ, ଉମା ଭୋଇ, ଗୌରବ ପତି,ପ୍ରମୋଦ ନନ୍ଦ, ରମେଶ ପତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories