ଓଡାପଡ଼ାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

Udaya_Labanya | April 7, 2022 | 14 views |0 | Breaking News

ଓଡାପଡା(ଉଲାପ୍ର)ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ, “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ମେରାମଣ୍ଡଳୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଡାକ୍ତର ସ୍ୱାସ୍ଥ୍ୟ କର୍ମୀ ଭାଇ ଭଉଣୀ ମାନଙ୍କୁ ଫୁଲ ପୁଷ୍ପ ହୁଳହୁଳି ଦେଇ ସଂମାନିତ କରାଯାଇଥିଲା, କୋଭିଡ ସମୟରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଭାଇ ଭଉଣୀ ମାନେ ଦିନରାତି ଅହରହ ଭାବେ ରୋଗୀ ମାନଙ୍କର ସମସ୍ତ ସେବା ପ୍ରଦାନ କରି ଥିଲେ ଯାହା ଫଳରେ ଆଜିର ଦିନରେ ଆମେ ସୁସ୍ଥ ଆଉ ସୁରକ୍ଷିତ ରେ ରହି ପାରି ଅଛନ୍ତି, ଯେକୌଣସି ଭି ସମୟରେ ଡାକ୍ତର ସ୍ୱାସ୍ଥ୍ୟ କର୍ମୀ ଭାଇ ଭଉଣୀ ମାନଙ୍କର ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ, ଆଜିର ଦିନରେ ଯଦି ଆମେ ଜୀବନ୍ତ ଭଗବାନ ଭାବେ ଆମେ ଦର୍ଶନ କରୁ ଅଛନ୍ତି, ଆମକୁ ପୃଥିବୀ ପୃଷ୍ଠ କୁ ଆଣି ଥିବା ଆମର ବାପା ମା, ଓ ଡାକ୍ତର ସ୍ୱାସ୍ଥ୍ୟ କର୍ମୀ ଭାଇ ଭଉଣୀ ମାନେ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ଆମେ ଶାନ୍ତି ରେ ନିଶ୍ୱାସ ନେଇ ପାରୁ ଅଛନ୍ତି, ଆଜିର ଏହି କାର୍ଯ୍ୟକ୍ରମ ରେ ମେରାମଣ୍ଡଳୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଡାକ୍ତର ଗୁଞ୍ଜନ ନାୟକ ଙ୍କୁ ଉତରୀୟ ଦେଇ ସମ୍ବନ୍ଧିତ କରାଯାଇଥିଲା, ସ୍ୱାସ୍ଥ୍ୟ କେନ୍ଦ୍ର ରେ କେହି ସ୍ୱାସ୍ଥ୍ୟ କର୍ମୀ ଏବେ ନଥିବା ହେତୁ ରୋଗୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉ ଅଛନ୍ତି ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘଟଣା ଉପରେ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି କରିବା ପାଇଁ ସମସ୍ତେ ଦାବି ରଖିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ବିଭାରାଣୀ ପାତ୍ର, ସୂର୍ଯ୍ୟକାନ୍ତ ସାହୁ, ଗୁନୁ ସାହୁ, ରଞ୍ଜନ ସାହୁ ପ୍ରମୁଖ ସାମିଲ ହୋଇଥିଲେ

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories