ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଅଶୋକା ପଟନାୟକ ଙ୍କ ପରଲୋକ
ଫୁଲବାଣୀ(ସୁନୀଲ ପଟନାୟକ )
ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ପଟନାୟକ ଙ୍କ ବଡ ଭଉଣୀ ତଥା ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଅଶୋକା ପଟନାୟକ ଙ୍କ ଆଜି ଅପରାହ୍ନ ୩ଟା ସମୟରେ ଫୁଲବାଣୀ ସଦର ମହକୂମାଡାକ୍ତର ଖାନା ରେ ପରଲୋକ ହୋଇଯାଇଛି lମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା lସେ କିଛିଦିନ ଧରି ଅସୁସ୍ଥ ଥିଲେ l
ସ୍ବର୍ଗତ ଅଶୋକା ପଟନାୟକ ବାଲିଗୁଡା ରେ ଅବସର ଗ୍ରହଣ କରିଥିଲେ lସ୍ବର୍ଗତ ଅଶୋକା ପଟନାୟକ ଜଣେ ଛାତ୍ର ବତ୍ସଳ ଦାଇତ୍ୱ ସମ୍ପନ ଆଦର୍ଶ ଶିକ୍ଷୟତ୍ରୀ ଥିଲେ lତାଙ୍କ ମୃତ୍ଯୁ ରେ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ, ସାମ୍ବାଦିକ, ବୁଦ୍ଧିଜୀବି, ମହଲ ରେ ଶୋକର ଛାୟା ଖେଳିଯାଇଛି l
ମୃତ୍ଯୁ ଖବର ଶୁଣି ବରିଷ୍ଠ ସାମ୍ବାଦିକ ତଥା ପ୍ରେସକ୍ଳବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ଫିଲ ମୋହନ ନାୟକ, ଅଜିତ ମହାରଣା, ପ୍ରମୁଖ ବାସ ଭବନ କୁ ଯାଇ ଶେଷ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଗଭୀର ସମବେଦନା ଜଣାଇଥିଲେ l
ମୃତ୍ଯୁ ଶଯ୍ୟା ନିକଟରେ ସାନଭାଇ ତଥା ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ, କୋକେନ, ବଡ଼ ଭଉଣୀ କୁସୁମ ଅପା, ରାଜଲକ୍ଷ୍ମୀ ପଟନାୟକ, ଇତିଶ୍ରୀ, ଝିଆରୀ, ତିତିଲି ପ୍ରମୁଖ ଉପସ୍ଥିତ ଥିଲେ l
ଫୁଲବାଣୀ ସାହି ସ୍ୱ ସ୍ମlନ ରେ ଶେଷ କୃତ୍ୟ ସମ୍ପନ କରାଯାଇଥିଲା l
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋୖରାଧ୍ୟକ୍ଷ କମଳା କାନ୍ତ ପାଣ୍ଡେ, ଦେବାଶିଷ ପଟନାୟକ, କାଉନ୍ସିଲ୍ର ର ରମେଶ ମହାନ୍ତି, ବୁଢା ଦାସ, ପ୍ରମୁଖ ବହୁ ମାନ୍ୟ ଗଣ୍ୟ ଵ୍ୟକ୍ତି ଶେଷ ଦର୍ଶନ କରିଥିଲେ l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































