ପୋଖରୀ ସଫେଇକୁ ନେଇ ଜନ ଅସନ୍ତୋଷ : ଯଥାଶୀଘ୍ର ପୋଖରୀ ସଫେଇ କରିବାକୁ ସାଧାରଣରେ ଦାବି

Udaya_Labanya | April 7, 2022 | 10 views |0 | Breaking News


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ) ଖରାଦିନ ଆରମ୍ଭରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଜଳ ସଙ୍କଟ ଦେଖା ଦେଲାଣୀ । ଅନ୍ୟପଟେ ବର୍ତ୍ତମାନ ସମୟରେ କନ୍ଧମାଳର ପ୍ରସିଦ୍ଧ ଦଣ୍ଡଯାତ୍ରା ଚାଲିଛି । ଜିଲ୍ଲାର ବାଲିଗୁଡ଼ା ସହରରେ ପଞ୍ଚୁ ଦଣ୍ଡ ପରିଚାଳନା ସମିତି ଆନୁକୁଲ୍ୟରେ ଆସନ୍ତା ୧୦ ତାରିଖରେ ୩୩ ତମ ଅଷ୍ଟଶମ୍ଭୁ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ଏଭଳି ସ୍ଥିତିରେ ବାଲିଗୁଡ଼ା ସହରର ବସଷ୍ଟାଣ୍ଡ ନିକଟରେ ବହୁ ପୁରାତନ ଦୁଇଟି ପୋଖରୀ ରହିଛି । ବର୍ତ୍ତମାନ ସମୟରେ ଗୋଟିଏ ପୋଖରୀ ସମ୍ପୂର୍ଣ୍ଣ ପୋତି ହୋଇଯାଇଛି ଯାହାର ଉଦ୍ଧାର କାର୍ଯ୍ୟ ଚାଲୁରହିଛି । ସେପଟେ ଅନ୍ୟ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ସରିଥିଲେ ମଧ୍ୟ ବର୍ତ୍ତମାନ ସମୟରେ ପୋଖରୀରେ ବିଭିନ୍ନ ଆବର୍ଜନା ଭରିରହିଛି । ଯାହାଫଳରେ ପୋଖରୀ ଜଳ ବ୍ୟବହାର ଅନୁପଯୋଗୀ ବୋଲି ସାଧାରଣ

ଲୋକ ମତ ଦେଇଛନ୍ତି ଏବଂ ଏନେଇ ଜନ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଥିବା ଜଣାପଡ଼ିଛି । ଆସନ୍ତା ୧୦ ତାରିଖରେ ଅଷ୍ଟଶମ୍ଭୁ ସମାରୋହରେ ଆଠଟି ଦଣ୍ଡଥଳ ଯୋଗଦେବାକୁ ଥିବାବେଳେ ପାଣିଦଣ୍ଡ ସମୟରେ ଆଠଟି ଦଣ୍ଡଥଳର ଦଣ୍ଡୁଆ,ନାଚୁଆ ଆଦି ସମସ୍ତ ଭକ୍ତ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଉକ୍ତ ପୋଖରୀର ସଫେଇ କାର୍ଯ୍ୟ କରିବାକୁ ପଞ୍ଚୁ ଦଣ୍ଡ ପରିଚାଳନା ସମିତି ଓ ସାଧାରଣ ଲୋକ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଅଷ୍ଟଶମ୍ଭୁ ସମାରୋହକୁ ଆଉ ମାତ୍ର ତିନିଦିନ ବାକି ରହିଥିବାବେଳେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories