ନବ ନିର୍ବାଚିତ ପଂଚାୟତ ଲୋକ ପ୍ରତିନିଧି ଙ୍କୁ ତାଲିମ
Udaya_Labanya | April 13, 2022 | 20 views |0 | Breaking News
ଫୁଲବାଣୀ (ସୁନୀଲ ପଟନାୟକ )
ମଙ୍ଗଳବାର ଫୁଲବାଣୀ ବ୍ଳକ ସମ୍ମି ଳନୀ କକ୍ଷ ରେ ଫୁଲବାଣୀ ବ୍ଳକ ଅନ୍ତର୍ଗତ ସମସ୍ତ ନବନିର୍ବାଚିତତ୍ରି ସ୍ତରୀୟ ପଂଚାୟତ ଲୋକ ପ୍ରତିନିଧି ମାନକୁସ୍ୱାଗତ ସମ୍ବର୍ଧନା ଜଣାଇବା ସହ ବ୍ଳକ ରେ ଓ ପଂଚାୟତ ରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ଅବଗତ କରାଯାଇଥିଲା
l ଗ୍ରାମାଞ୍ଚଳ ରଲୋକମାନେ ସରକାରଙ୍କ ଲୋକହିତକର ଯୋଜନା ର ସୁଫଳ ଯେପରି ପାଇପାରିବେ ଓ ସମସ୍ତ କାର୍ଯ୍ୟ ରେ ଯେପରି ସ୍ୱଛତା ଅବଲମ୍ବନ ହୋଇପାରିବ ସେଥିପ୍ରତି ଦ୍ରୁଷ୍ଟି ଦେବାଲାଗି ବିଡ଼ିଓ ଶାନ୍ତନୁ କୁମାର ନାୟକ ପରାମର୍ଶ ଦେଇଥିଲେ l
କେନ୍ଦ୍ର ସରକାରଙ୍କ ପକ୍ଷରୁ ମନରେଗା ଯୋଜନା, କେନ୍ଦ୍ରୀୟ ଅର୍ଥ କମିଶନ ରାଜ୍ୟ ଅର୍ଥ କମିଶନ, ବିଧବା, ବାର୍ଧ୍ୟକ୍ଷ ଭତ୍ତା, ସରକାରଙ୍କ ଟଙ୍କିକିଆ ଚାଉଳ ଆଦି ଗରିବ ଲୋକେ ଠିକ ସମୟରେ ପାଇବେ ତାର ତଦାରଖ କରିବା ଲୋକ ପ୍ରତିନିଧି ଙ୍କ ଉତର ଦାଇତ୍ୱ ବୋଲି ଏହିଅବସରରେଯୋଗ ଦେଇ ପଂଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁର, ଉପାଧ୍ୟକ୍ଷଶ୍ରୀନିବାସ କହଁର, ଅତିରିକ୍ତ ବିଡ଼ିଓ ସନ୍ତୋଷ ଡିଗାଲପ୍ରମୁଖ ମତ ଦେଇଥିଲେ l
ସେହିପରି ପଂଚାୟତରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯେପରି ଉନ୍ନତ ମାନର ହେବାସହ ନିର୍ଧାରିତ ସମୟ ସୀମା ମଧ୍ୟରେ ସରିବ ସେଥିପ୍ରତି ପଂଚାୟତ ଲୋକପ୍ରତିନିଧି ସଚେତନ ରହିବା ଆବଶ୍ୟକ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ, ସୁବ୍ରତ ମାଝୀ, ସହକାରୀ ଯନ୍ତ୍ରୀ ସୋମେଶ୍ୱର ରାଓ ପ୍ରମୁଖ ମତ ବ୍ୟକ୍ତ କରିଥିଲେ l
ଏହି ତାଲିମ କାର୍ଯ୍ୟକ୍ରମ ରେ ସମସ୍ତ ପଂଚାୟତ ସରପଞ୍ଚ, ସମିତିସଭ୍ୟ,ସଭ୍ୟା, ଯନ୍ତ୍ରୀ, ଜପିଓ, ଙ୍କ ସମେତ ପଂଚାୟତ କାର୍ଯ୍ୟ ନିଵାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l