ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ପଞ୍ଚ ବିଂଶତମ ଯାତ୍ରା ୨୦୨୨ରନୂତନ କର୍ମକର୍ତ୍ତା

Udaya_Labanya | April 13, 2022 | 118 views |0 | Breaking News


ଫୁଲବାଣୀ:(ଉଲାପ୍ର) ଚଳିତ ବର୍ଷ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ହେବକି ନାହିଁ ଆଶା ଅଶାଙ୍କା ଥିଲା ହେଲେ ଏହାର ଅନ୍ତ ଘଟିଛି।ଚଳିତ ୨୦୨୨-୨୩ ର ହେବାକୁଥିବା ଯାତ୍ରାରସୁପରିଚାଳନା ପାଇଁ ବୁଧବାର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶେଷ ଦେଵ ମିଶ୍ର ଓ ପୋୖରାଧ୍ୟକ୍ଷ lସ୍ମିତା ରାଣୀ ମହାନ୍ତିଙ୍କ ଉପସ୍ଥିତିରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ପ୍ରଥମେ ରୀତି ନୀତି ପରମ୍ପରା ଅନୁସାରେ ପ୍ରଦୀପ ପ୍ରଜ୍ବଳନ ପରେ ଅତୀତରେ ଅକାଳ ବିୟୋଗ ଘଟିଥିବା ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ସ୍ମୃତି ଉଦେଶ୍ୟ ରେ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା।ପରେ ପୁର୍ବତନ ସମ୍ପାଦକ ତାଙ୍କର ବାର୍ଷିକ ବିବରଣୀ ପାଠ କରିଥିଲେ।ଏଥିସହିତ ପୁର୍ବତନ କମିଟି ଭଙ୍ଗ କରିବା ଏବଂ ନୂତନ କମିଟି ଗଠନ ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ଏହି କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା।ସଭାପତି ରୂପେ ପି. ସୁଧାଂଶୁ ସେନାପତି ଓ ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ତ୍ରିପାଠୀ ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବେ ସୁଜିତ କୁମାର ବେହେରା, ସାଂସ୍କୃତିକ ସମ୍ପାଦକ ଭାବେ ଭି. ଲୋକନାଥ ରାଜୁ , ଅର୍ଥ ସମ୍ପାଦକ ଭାବେ କାବୁଲା ସେନାପତି ଓ କୋଷାଧ୍ୟକ୍ଷ ଭାବେ ରମେଶ ଚନ୍ଦ୍ର ମହାନ୍ତି ମନୋନୀତ ହୋଇଛନ୍ତି। ସେହିପରି ୪ ଜଣ ସହ ସମ୍ପାଦକ ଭାବରେ ଯଥା ଅରୁଣ କୁମାର ପଣ୍ଡା,ପାର୍ଥ ସାରଥୀ ବିଶ୍ଵାଳ,ସୀମାଞ୍ଚଳ ପ୍ରଧାନ, ସୁମନ ପଟ୍ଟନାୟକ ପ୍ରମୁଖ ମନୋନୀତ ହୋଇଛନ୍ତି। ଉକ୍ତ ନିର୍ବାଚନରେ ସବୁ ମନ୍ଦିର ପରିଚାଳନା କମିଟିର ସଭାପତି ଓ ସମ୍ପାଦକଙ୍କ ସମେତ ସବୁ ବଜାର କମିଟିର ସଭାପତି ଓ ସମ୍ପାଦକ ମାନେ ମଧ୍ୟ ଉପସ୍ଥିତ ଥିଲେ।ସମସ୍ତଙ୍କ ସହମତି କ୍ରମେ ସମସ୍ତ କାର୍ଯ୍ୟ ସୁଚାର ରୂପେ ସମାପ୍ତ ହୋଇଥିଲା। ବିଶୃଙ୍ଖଳା ନ ଉପୁଜିବା ପାଇଁ ପୋଲିସ ମୁତୟନ କରାଯାଇଥିଲା।ଗୁରୁବାର ପଣାସଂକ୍ରାନ୍ତି ଦିନ ନାରାୟଣୀ ଯାତ୍ରା ପାଇଁ ଶୁଭଂଖୁଣ୍ଟି ଆସିବl

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories