#Breaking News

୩ ବର୍ଷ ହେଲା ସମସ୍ତଙ୍କୁ ଆକର୍ଷିତ କରୁଛି ଫୁଲବାଣୀରେ ଇ-ଲାଇବ୍ରେରି


.
ଫୁଲବାଣୀ- (ସୁନୀଲ ପଟ୍ଟନାୟକ) ଫୁଲବାଣୀଠାରେ ଅତ୍ୟାଧୁନିକ
ଢ।ଞ୍ଚାରେ ପ୍ରତିଷ୍ଠା ହୋଇ ଥିବା ଇ-ଲାଇବ୍ରେରୀ କୁ ୩ ବର୍ଷ ପୁରିଛି । ଆଇଟିଡିଏ ଫୁଲ ବାଣୀ ଏହା ର ପରିଚାଳନା ଦାୟୀତ୍ଵ ନେଇଛି l

ଜିଲ୍ଲାର ଛାତ୍ରଛାତ୍ରୀମାନେ କିପରି ଉତ୍ତମ ଶିକ୍ଷାଲାଭ କରିପାରିବେ ସେ ସେଥିପାଇଁ ମହାବିଦ୍ୟାଳୟ ନିକଟରେ ଇ-ଲାଇବ୍ରେରି ପ୍ରତିଷ୍ଠା କରାଯାଇଥିଲା। ଆଉ ମହାବିଦ୍ୟାଳୟର ପାଠ୍ୟପୁସ୍ତକ, ସହିତ ବିଭିନ୍ନ ଇଣ୍ଟରଭ୍ୟୁ ଲାଗି ଉଦ୍ଦିଷ୍ଟ ପୁସ୍ତକ ଏହି ଇ-ଲାଇବ୍ରେରୀରେ ସ୍ଥାନ ପାଇଛି l
ଏଣୁ ଯେତେବେଳେ ବି ଫୁରୁସତ ମିଳିବ ସେତେବେଳେ ସମୟ ନଷ୍ଟ ନକରି ଇ-ଲାଇବ୍ରେରୀ ଆସି ନିଜର ପ୍ରସ୍ତୁତି କରୁଛନ୍ତି l
ସମୟ ସହ ତାଳଦେଇ ଜ୍ଞାନ ଆହରଣ କରିବ। ପାଇଁ ଇ -ଲାଇ ବ୍ରେରୀଦ୍ୱାରା ହିଁ ସମ୍ଭବ ଏଣୁ ଯୁବଗୋଷ୍ଠୀ ଏହାର ଭରପୁର ଫାଇଦା ନେଉଛନ୍ତି l
ସେହିପରି ବର୍ତ୍ତମାନର ପ୍ରକଳ୍ପ ପ୍ରଶାସକ ଆଇଟିଡିଏ,ବିରେନ୍ଦ୍ର କୁମାର ଦାସ ଙ୍କ ସୁପରିଚାଳନା ଓ ଉନ୍ନତ ଚିନ୍ତାଧାରା ଯୋଗୁ ଇ .-ଲାଇବ୍ରେରୀ ପ୍ରତିଜିଲାର ପାଠୁଆ ଯୁବକଯୁବତୀଙ୍କ ଆଗ୍ରହ ବୃଦ୍ଧିପାଇଛି l
ଏ ନେଇ ଫୁଲବାଣୀ ଆଇ ଟି ଡ଼ି ଏ. ପ୍ରକଳ୍ପ ପ୍ରଶାସକ ତଥା ଇ ଲାଇବ୍ରେରୀ ମୁଖ୍ୟ ବୀରେନ୍ଦ୍ର ଦାସ ଙ୍କୁ ପଚାରିବାରେ ସେ ଓଡ଼ିଶାରଏକ ମାତ୍ର ଇ -ଲାଇବ୍ରେରୀ ଫୁଲବାଣୀ ସହର ତଥା ଜ଼ିଲ୍ଲାର ଏକ ଅନନ୍ୟ ଆକର୍ଷଣ l ବିଭିନ୍ନପ୍ରକାର ବହିର ସମ୍ଭାର ସାଙ୍ଗକୁ ଆକର୍ଷଣୀୟ ପରିବେଶ ପ୍ରକୃତରେ ପାଠକ ମାନଙ୍କୁ ନିଆରା ଅନୁଭୁତି ଆଣିଦିଏ lଅନେକ ଦୁର୍ଲଭ ବହି ସହ ବିଭିନ ପ୍ରକାର ପତ୍ର ପତ୍ରିକା ଓ ଇଣ୍ଟରଭିଉ ପାଇଁ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ କଂପୁଟର ଓ ଅନ୍ୟାନ୍ୟ ସୁବିଧା ଦୃଷ୍ଟିରୁ ଏହି ପାଠାଗାର ବେଶ ଭରସାଯୋଗ୍ୟ ବୋଲି ଦାସ କହିଛନ୍ତି l ଏଣୁ ବିଶେଷକରି ଛାତ୍ର ଛାତ୍ରୀ ଯୁବ ପିଢ଼ି ଏହାର ଫାଇଦା ନେବା ଲାଗି ଦାସ ଆହୁରି କହିଛନ୍ତି l

Leave a comment

Your email address will not be published. Required fields are marked *