ପାଠାଗାର ପହଞ୍ଚିଲା କଳାପାଣିରେ

Udaya_Labanya | April 15, 2022 | 16 views |0 | Breaking News

ବରଗଡ଼(ଉଲାପ୍ର)ଶିଶୁ ମାନଙ୍କୁ ପୁସ୍ତକ ମନସ୍କ କରାଇବା ଓ ସେମାନଙ୍କ ସୃଜନ ଶକ୍ତି ବଢାଇବା ଲକ୍ଷ୍ୟ ନେଇ କାର୍ଯ୍ୟରତ ବରଗଡ଼ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ତରଫରୁ ପ୍ରତି ମାସର ବିଭିନ୍ନ ସମୟରେ ଆୟୋଜିତ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ ଗତ କାଲି ୧୫ ତାରିଖ ଦିନ ସ୍ଥାନୀୟ କଳାପାଣି ଛକ ସ୍ଥିତ ଦିବ୍ୟ ଜୀବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶାକ୍ଷାକେନ୍ଦ୍ର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସ°ଗ୍ରାମ ପ୍ରସାଦ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସାହିତ୍ୟିକ ମନୋରଞ୍ଜନ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ଶିଶୁ ମାନଙ୍କ ଅନ୍ତର୍ନିହିତ ଜ୍ଞାନର ବିକାଶ କରିବା ସହ ଜୀବନ ର ସବୁ କ୍ଷେତ୍ରରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ତେଣୁ ଛାତ୍ରଛାତ୍ରୀମାନେ ପୁସ୍ତକ ସହ ବନ୍ଧୁତା ସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ, ପ୍ରମୋଦ କୁମାର ଦାଶ ଓ ନୀଳକଣ୍ଠ ସାହୁ ପିଲାଙ୍କ ପାଇଁ ପାଠାଗାର ର ଉପାଦେୟତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ପଠିତ ପୁସ୍ତକ ଉପରେ ବକ୍ତବ୍ୟ ପ୍ରଦାନ କରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ସତୀଶ ଡାକୁଆ, ପ୍ରୀତମ ସାହୁ,ଲିଶି ପ୍ରଧାନ,ରାଜ୍ ରଣା ଓ ଶାଲିନୀ ଲୁହୁରିଆ ଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଭ୍ରାମ୍ୟମାଣ ପାଠାଗାର ର ଆବାହକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ଶିକ୍ଷକ ବିନୟ ପ୍ରଧାନ କୃତଜ୍ଞତା ଜ୍ଞାପନ କରିଥିଲେ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories