ଗଇଠିପୁର ଗ୍ରାମରେ ପଞ୍ଚମୁଖୀ ହନୁମାନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା

Udaya_Labanya | April 16, 2022 | 57 views |0 | Breaking News


ତିର୍ତ୍ତୋଲ (ଉଲାପ୍ର)ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ପଞ୍ଚମୁଖୀ ହନୁମାନ ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି. ବଜରଙ୍ଗବାଲି ସାଂସ୍କୃତିକ ଯୁବ ପରିଷଦ ର ମୁଖ୍ୟ ରଞ୍ଜନ ଖୁଣ୍ଟିଆ ଙ୍କ ନେତୃତ୍ୱ ରେ
ବଜରଙ୍ଗବାଲି ସାଂସ୍କୃତିକ ଯୁବ ପରିଷଦ ଗଇଠିପୁର ଆନୁକୂଲ୍ୟରେ ପଞ୍ଚମୁଖୀ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଇଥିଲା. ରାମାୟଣୀ ପଣ୍ଡିତ ଅଭୟ ଦାଶ, ପୂଜକ ମଳୟ ପାଣି ଯୋଗଦେଇ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ. ଏଥିରେ ୫ ଜଣ କର୍ତ୍ତା ରାଜକିଶୋର ସାହୁ, ଆଦିତ୍ୟ ନାରାୟଣ ଖୁଣ୍ଟିଆ, କୁମାର ବିଶ୍ୱଜିତ ଖୁଣ୍ଟିଆ, ପ୍ରଦୀପ୍ତ ସୁତାର, ବାଦଲ ସାହୁ ପ୍ରମୁଖ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ. ପ୍ରଥମେ ଏହି ଅବସରରେ ଘଣ୍ଟ ଘଣ୍ଟା ଓ କୀର୍ତନ ସହିତ ପାଇକା ନଦୀରୁ କଳସ ଶୋଭାଯାତ୍ରା କରାଯିବା ପରେ ମନ୍ଦିର ନିକଟରେ ପହଂଚି କଳସ ସ୍ଥାପନ, ପୂର୍ବ ମୂର୍ତ୍ତି ବିସର୍ଜନ, ନୂତନ ବିଗ୍ରହ ପ୍ରତିଷ୍ଠା, ହୋମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଆଦି ବିବିଧ ମାଙ୍ଗଳିକ କାର୍ଯ୍ୟକ୍ରମ ସହିତ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା. ଏଥିରେ ବାୟା ଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ବରିଷ୍ଠ କିରାଣି ରଞ୍ଜନ କୁମାର ସାହୁ ଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି କାର୍ଯ୍ୟକ୍ରମ କୁ
ବଜରଙ୍ଗବାଲି ସାଂସ୍କୃତିକ ଯୁବ ପରିଷଦ ଅବିନାଶ ସାହୁ, ଅନୁରାଗ ସାହୁ, ସନ୍ଦୀପ ସୁତାର, ଭବାନୀ ଶଙ୍କର ଖୁଣ୍ଟିଆ, ସ୍ମୃତି ରଞ୍ଜନ ସାହୁ, ବିଭୁତି ଭୂଷଣ ଦାଶ, ମାନସ ନାୟକ, ମନ ମୋହନ ସାହୁ, ପ୍ରଦୀପ୍ତ ସୁତାର, ରାଜକିଶୋର ସାହୁ, ପ୍ରସନ ସାହୁ, ମାନସ ରଞ୍ଜନ ମଲ୍ଲିକ, ଆଦିତ୍ୟ ଖୁଣ୍ଟିଆ, ଅଭିଷେକ ସାହୁ, ଉଦୟ ନାଥ ଖୁଣ୍ଟିଆ, ଆଲୋକ ଖୁଣ୍ଟିଆ ସମେତ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ. (ପାଠର ଫୋଟୋ ଯାଇଛି)

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories