ଉଲ୍ଲେଖନୀୟ କାର୍ଯ୍ୟପାଇଁ ଫୁଲବାଣୀ ଆଇଟିଡିଏ ରାଜ୍ୟରେ ପ୍ରଥମ

Udaya_Labanya | April 20, 2022 | 27 views |0 | Breaking News

ଫୁଲବାଣୀ(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲାର ଫୁଲ ବାଣୀ ଆଇଟିଡିଏ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ।
ରାଜ୍ୟରେ ଥିବା ୨୨ଗୋଟି ଆଇଟିଡିଏ ମଧ୍ୟରେ ଫୁଲ ବାଣୀ ଆଇଟିଡିଏ ପ୍ରଥମ ସ୍ଥାନ ଅଧିକାର କରି ଚଳିତବର୍ଷ ଜିଲ୍ଲା ପାଇଁ ଗୌରବ ଆଣିଦେଇଛି । ଫୁଲ ବାଣୀ, ଖଜୁରୀପଡ଼ା ଓ ଫିରିଙ୍ଗିଆ ବ୍ଲକକୁ ନେଇ ଫୁଲବାଣୀ ଆଇଟିଡିଏ ଗଠିତ।ଏହି ୩ଟି ବ୍ଳକର ଆଦିବାସୀମାନଙ୍କ ଜିବନ ଜୀବିକା ରେ ଉନ୍ନତି ଆଣିବା ସହ ସେମାନଙ୍କ ଜୀବନଶୈଳୀରେ ଯଥେଷ୍ଟ ପରିବର୍ତନ ଆଣିପାରିଛି । ବିଭିନ୍ନ ଗ୍ରାମରେ ଥିବା ଗରୀବ ନାମ ମାତ୍ର ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ପଡିଆ ପଡିଥିବା ଜମି କୁ ମରାମତି କରିବାସହ ଚାଷ ପାଇଁ ମାଗଣାରେଉନ୍ନତ ଧରଣରବିହନ ପ୍ରଦାନ, ପାଣି ପମ୍ପ ସମେତ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତୀ ପ୍ରଦାନ ସାଙ୍ଗକୁ ବିଭିନ୍ନ ପ୍ରକାର ଧାନ ଓ ପନିପରିବା ଚାଷ ସମ୍ବନ୍ଧୀୟତାଲିମ ପ୍ରଦାନ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିଛି।
ଏଥିସହ ମହିଳା ଏସ ଏଚ ଜି ଗଠନ କରି ଶତାଧିକ ଆଦିବାସୀ ମହିଳାଙ୍କୁ କୁକୁଡା, ମାଛ ଚାଷ, ଛେଳୀ ପାଳନ ପାଇଁ ପ୍ରୋସାହନ ଯୋଗାଇଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରି ସଫଳତା ହାସଲ କରିଥିବାରୁ ଏହି ଆଇଟିଡିଏକୁ ସରକାର ପୁରସ୍କୃତ କରିଥିବା କଥା ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ କହିଛନ୍ତି । ରାଜ୍ୟ ସରକାର ମାନପତ୍ର ସହ ପୁରସ୍କାରରାଶି ବାବଦରେ ୧୦ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି ।
ଜିଲାପାଳ ତଥା ଆଇଟିଡିଏ ଅଧ୍ୟକ୍ଷ । ଡା.ବୁନ୍ଦା ଡି.ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରୀକତା ଓ ଉଚିତ ମାର୍ଗଦର୍ଶନ ସାଙ୍ଗକୁ ପ୍ରକଳ୍ପ ପ୍ରଶାସକଙ୍କ କଠିନ ପରିଶ୍ରମ ଓ ଆଗ୍ରହ, ବିଶେଷକରି ସଠିକ ପରିଚାଳନା ଯୋଗୁଁ ଏହା ସମ୍ଭବ ହୋଇପାରିଛି।
ପୁରସ୍କାର ପାଇବାପରେ ପ୍ରକଳ୍ପ ପ୍ରଶାସକଙ୍କ ନିକଟକୁ ବିଭିନ୍ନ ସ୍ତରରୁ ଶୁଭେଛାର ସୁଅ ଛୁଟିଛି । ଜାଗ୍ରତ କନ୍ଧମାଳର ସଂପାଦକ ତଥା ବରୀଷ୍ଠ ଆଇନଜିବୀ ସତ୍ୟନାରାୟଣ ବେହେରା, ବରୀଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ପ୍ରମୁଖ ପ୍ରକଳ୍ପ ପ୍ରଶାସକ ଶ୍ରୀ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories