କନ୍ଧମାଳ: ତାଡ଼ିସରୁବାଇ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ

Udaya_Labanya | April 23, 2022 | 17 views |0 | Breaking News


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଗୌରବ ତଥା ତାଡ଼ିସରୁବାଇ ଭାବେ ପରିଚିତ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ ହୋଇଛନ୍ତି l ତାଙ୍କୁ ଜ୍ଵର, ଝାଡ଼ା ସହ ଆଣ୍ଠୁଗଣ୍ଠି ବ୍ୟଥା ହେବାରୁ ଚାରିପଡ଼ା ସ୍ଥିତ ବାସଭଵନରେ ରହି ଚିକିତ୍ସିତ ହେଉଥିଲେ l ପରେ ତାଙ୍କୁ ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ସ୍ବାସ୍ଥ୍ୟ ଅଧିକାରୀ ଡ଼ା. ଉତ୍ତମ କୁମାର ବିଶ୍ୱାଳ ଙ୍କ ତତ୍ତ୍ୱାବଧାନରେ ଏକ ଡାକ୍ତର ଟିମ୍ ଚିକିତ୍ସା କରୁଛନ୍ତି l ତାଙ୍କୁ ସମସ୍ତ ପ୍ରକାର ଉନ୍ନତ ମାନର ଚିକିତ୍ସା ଯୋଗାଇ ଦିଆଯାଇଛି ବୋଲି ଡ଼ ବିଶ୍ୱାଳ କହିଛନ୍ତି l ୭୮ ବର୍ଷ ବୟସ୍କା ପୂର୍ଣ୍ଣମାସୀଙ୍କ ସ୍ବାସ୍ଥ୍ୟ ଖରାପ ଶୁଣି ତାଙ୍କ ଅନୁଗାମୀ ଚିନ୍ତିତ ହୋଇଛନ୍ତି l ଖଜୁରୀପଡ଼ା ସମେତ କନ୍ଧମାଳ ଜିଲ୍ଲାର ଜନସାଧାରଣ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି l ବର୍ତ୍ତମାନ ପୂର୍ଣ୍ଣମାସୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଥିବା ଡାକ୍ତର ଖାନା ସୂତ୍ରରୁ ସୂଚନା ମିଳିଛି l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories