କ.ନୂଆଗାଁରେ ବ୍ଲକସ୍ତରୀୟ ସ୍ବାସ୍ଥ୍ୟ ମେଳା

Udaya_Labanya | April 23, 2022 | 19 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କ.ନୂଆଗାଁ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଓଡ଼ିଶା ସରକାରଙ୍କ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଦିବସୀୟ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟମେଳା ଓ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର କରିଶ୍ମା ନାୟକଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇ ଥିବା ବେଳେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି ଭ‌ାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ବିଡ଼ିଓ ଶରତ କୁମାର ପାତ୍ର,ସିଡିପିଓ ଦ୍ରୌପଦି କହଁର, ସହକାରୀ ଯନ୍ତ୍ରୀ ଇଂ.ଦୁର୍ଗା ପ୍ରସାଦ ପଣ୍ଡା, କଞ୍ଜାମେଣ୍ଡି ପଞ୍ଚାୟତ ସରପଞ୍ଚ ଗୁନୁଲତା ମଲ୍ଲିକ ଓ ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆୟୁଷ ଡାକ୍ତର ସତ୍ୟ ନାରାୟଣ ପଟ୍ଟନାୟକ ଓ ବସନ୍ତ ମଞ୍ଜରୀ ପାତ୍ର,ବିଏନଏଲଡ୍ଲୁ ରଞ୍ଜନ କୁମାର ମହନ୍ତ,ଭିବିଡିଟିଏସ ସମୀର କୁମାର ପଟ୍ଟନାୟକ,ସୁପରଭାଇଜର ରାଜେନ୍ଦ୍ର କୁମାର କହଁର ପ୍ରମୁଖଙ୍କ ସମେତ ସାରଙ୍ଗ ଗଡ,କେଲେମାହା, ଗୁଞ୍ଜି ବାଡିର ସ୍ଵାସ୍ଥ୍ୟସେବା କର୍ମଚାରୀ ଗଣ ଓ ଅଙ୍ଗନବାଡ଼ି ସୁପରଭାଇଜରମାନେ ବିଭିନ୍ନ ଷ୍ଟଲ ଦାଇତ୍ୱ ନିର୍ବାହ କରିଥିଲେ। ଏହି ବ୍ଲକ ଅଧୀନସ୍ଥ ସମସ୍ତ ୧୪ଟି ପଞ୍ଚାୟତର ୫୭୨ ଜଣ ରୋଗୀ ଏହି ଶିବିରରେ ଚିକିତ୍ସିତ ହୋଇଥିଲେ। ଶିବିରରେ ଚିକିତ୍ସିତ ହୋଇଥିବା ରୋଗୀମାନଙ୍କୁ ରୋଗର ନିଦାନ ସହ
ମାଗଣାରେ ଔଷଧ ବିତରଣ ଫାର୍ମାସିଷ୍ଟ ସନ୍ତୋଷ କୁମାର ପଟ୍ଟନାୟକ ଓ ସରୋଜ କୁମାର ପଣ୍ଡାଙ୍କ ଦ୍ଵାରା କରାଯାଇଥିଲା। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟର ବିଭିନ୍ନ ବିଭାଗର
ବିଶେଷଜ୍ଞ ଡାକ୍ତରମାନେ ଯୋଗ ଦେଇ ରୋଗୀମାନଙ୍କୁ ଚିକିତ୍ସା ସେବା ଦେଇଥିଲେ। ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ବେହେରା, ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୁବାଶିଷ ପଣ୍ଡା, ଭେଷଜ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର କୁମାର ପ୍ରଧାନ, ସ୍ତ୍ରୀ ପ୍ରସୂତି ବିଭାଗ ଡାକ୍ତର ବିଜୟ କୁମାର ସୁର ପ୍ରମୁଖଙ୍କ ସମେତ ମାନସିକ,ଦନ୍ତ,ଚର୍ମ, ଅସ୍ଥି ଶଲ୍ୟ ଭଳି ‌ରୋଗ ପାଇଁ ସାଧାରଣ ଡାକ୍ତର ‌ଉପସ୍ଥିତ ରହି ରୋଗୀମାନଙ୍କର ଚିକିତ୍ସା କରିଥିଲେ।ବାଲିଗୁଡ଼ା ବ୍ଲଡବେଙ୍କ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରି ଥିବା ବେଳେ କାର୍ଯ୍ୟକ୍ରମକୁ ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ, ପୋଲିସ ବିଭାଗ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଜନବିକାଶ, ନେହେରୁ ଯୁବ କେନ୍ଦ୍ର କର୍ମୀ, ଆଶା, ଅଙ୍ଗନବାଡ଼ି କର୍ମୀ ସମେତ ଡାକ୍ତରଖାନାର ପିଏଚଇଓ ଅନୀତା ନାୟକ,ବିପିଏମ ମାମିନା ମାହାନ୍ତି ଓ ବିଏଏମ ମନୋଜ ମହାରଣାଙ୍କ ସହ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories