ଚିଟଫଣ୍ଡ ନାମରେ ଠକେଇ ଅଭିଯୋଗ, ୩ ଗିରଫ

Udaya_Labanya | April 23, 2022 | 23 views |0 | Breaking News


ଫୁଲବାଣୀ(ସୁନୀଲପଟନାୟକ)
ଚିଟଫଣ୍ଡ କଂପାନୀଗୁଡିକ ନାମରେ ଠକେଇ ଅଭିଯୋଗ ନେଇ ଲଗାତାର ବିସ୍ତୃତ ଭାବରେ ବିଭିନ୍ନ ଗଣମାଧମରେ ପ୍ରକାଶ ପାଇବାପରେ ମଧ୍ୟ ଏମିତି ଆହୁରି ଅନେକ ଲୋକ ଅଛନ୍ତି ଲୋଭ ରବଶବର୍ତ୍ତୀ ହୋଇ ଚିଟଫଣ୍ଡ ଠକଙ୍କ ହାବୁଡରେ ପଡି ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ କରି ଶେଷରେ ଠକେଇ ର ଶୀକାର ହେଉଛନ୍ତି । ଏଭଳି ଏକ ଅଭିଯୋଗ ପୁଣି ଫୁଲବାଣୀ ସଦର ଥାନାରେ ହୋଇଛି ।
‘ସଦର ଥାନା ଅଧିକାରୀ ପ୍ରଶାନ୍ତ୍ର କୁମାର ବେହେରା ଅଭିଯୋଗ ପାଇ ମୟୂରଭଞ୍ଜ ଜିଲ୍ଲା ବଡ଼ସାହୀ ଥାନା ଅଧିନହରିପୁର ଗ୍ରାମର ପ୍ରକାଶ ରାଉତ,ସନ୍ତୋଷ କୁମାର ନାଥ ଓ ପତ୍ନୀ ପ୍ରଭାସିନୀ ନାଥକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟଯେ ଫୁଲବାଣୀ ରୁଜାଙ୍ଗୀ ନିକଟରେ ରହୁଥିବା ଉମିତା ପଣ୍ଡାଙ୍କୁ ଲୋଭ ଦେଖାଇ ବିଭିନ୍ନ ପ୍ରର୍ଯ୍ୟାୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟାଙ୍କ ମାଧ୍ୟମରେ ନେଇଥିଲେ । ବିଶ୍ୱାସ ଜନ୍ମାଇବା ପାଇଁ ସୁଧ ଆକାରରେ କିଛିଟଙ୍କା ମଧ୍ୟ ଦେଇଥଲେ । ହେଲେ ପରେ ପରେ ଆଉ ଦେଇ ନ ଥିଲେ । ଫଳରେ ଉମିତା । ସେମାନଙ୍କୁ ବାରମ୍ଵାର ଟଙ୍କା ମାଗିବାରୁ ଗାଳିଗୁଳ ଜକରିବା ସହ ଧମକ ଦେଇଥିଲେ । ଏନେଇ ଉମିତା ସଦର ଥାନାରେ ଏତଲା ଦେଇଥିଲେ। ସଦର ପୋଲିସ ୬୩/୨୨ରେ ମାମଲା ରୁଜ୍ଜୁ କରି ଘଟଣାର ସତ୍ୟା ସତ୍ୟ ଜାଣିବାପରେ ୩ ଜଣ
ଅଭିଯୁକ୍ତଙ୍କୁ ଗିରଫ କରିଥିବା କଥା ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories