ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିଭିନ୍ନ ନୂତନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ
Udaya_Labanya | April 23, 2022 | 24 views |0 | Breaking News
ଫୁଲବାଣୀ(ସୁନୀଲ ପଟ୍ଟନାୟକ)
ରାଜ୍ୟ ପରିବହନ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା ଦିନିକିଆ କନ୍ଧମାଳଗ୍ରସ୍ତ ରେ ଆସି ଚକାପାଦ ବ୍ଳକରେ ବହୁ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଅନ୍ୟ କେତେକ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ।
ମନ୍ତ୍ରୀ ବେହେରା ପହଞ୍ଚିବାପରେ ଦଳ ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଥିଲ।। ମନ୍ତ୍ରୀ ବେହେରା କଖାରୁ ଝୋଲାଠାରେ ନୂତନ ବିଶ୍ରାମ ଗୃହ , ବ୍ରାହ୍ମଣପାଦଠାରେ ନୂତନ ମିଶନ ଶକ୍ତି ଗୃହ, ପଞ୍ଚାୟତ ଅଧିକାରୀଙ୍କ ନୂତନ ଗୃହ, କାଡ଼ମୀଗ୍ରାମଠାରେ ଏକ ନୂତନ ପୋଲର ଉଦ୍ ଘାଟନ କରିବା ସହ ଏହି ବ୍ଳକ ଅନ୍ତର୍ଗତ ଦଙ୍ଗାଗ୍ରାମରେ ବିଜୁ ସେତୁ ଯୋଜନାରେ ଏକ ସେତୁର ଶିଳାନ୍ୟାସ ମଧ୍ୟ କରିଥିଲେ ମନ୍ତ୍ରୀ ବେହେରା ।
ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀବିଧାୟକ ଅଙ୍ଗଦ କହଁର,ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସମେତ ବହୁ ଦଳୀୟ ନେତା,କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।