
ବନ ଜ୍ୟୋସ୍ନାସାହିତ୍ୟ ସଂଗଠନ ପକ୍ଷରୁ ଦ୍ଵାଦଶତମ ପୁସ୍ତକମେଳା ଉଦଘାଟିତ
Udaya_Labanya | April 23, 2022 | 73 views |0 | Breaking News
ଫୁଲବାଣୀ-(ସୁନୀଲ ପଟନାୟକ)
ସାହିତ୍ୟ ସମାଜରହୀତ ସାଧନ କରିଥାଏ ଏଣୁ ସମସ୍ତଙ୍କ ସାହିତ୍ୟ ପ୍ରତିସକାରାତ୍ମକ ମନୋଭାବ ରହିବା ଆବଶ୍ୟକ ବୋଲି ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନାର ଦ୍ଵାଦଶ ତମ ପୁସ୍ତକ ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଫୁଲ ବାଣୀ ବିଧାୟକ ଅଙ୍ଗଦ କହଁର କହିଛନ୍ତି । ସେହିପରି ମୁଖ୍ୟ ବକ୍ତା ଭାବେ ସୋନପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ମଦନମୋହନ କ୍ଷେତି, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବାଲିଗୁଡ଼ା ମହାବିଦ୍ୟାଳୟର ବିଭୁତି ଭୁଷଣ ଆଚାର୍ଯ୍ୟ, ଓ ବରୀଷ୍ଠ ଆଇନଜିବି, ସାହିତ୍ୟିକ ଓ ପରିବେଶବିତ କୌଶିକ ସାହୁ, ସ୍ୱାସ୍ଥ୍ୟ ବିଭାଗ ଉପନିର୍ଦ୍ଦେଶିକା ତଥା କବୟିତ୍ରୀ ଡାକ୍ତର ପୁଷ୍ପାଞ୍ଜଳୀ ମିଶ୍ର,ଅନୁଷ୍ଠାନରସଭାପତି ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ନୂତନ କବି ଓ ସାହିତ୍ୟିକ ଓ ପାଠକସୃଷ୍ଟି କରିବାରେ ବନଜ୍ୟୋସ୍ନାର ନିରନ୍ତର ପ୍ରୟାସକୁ ପ୍ରସ ସାଂ କରିଥିଲା
ଅନୁଷ୍ଠାନର ସଂପାଦକ ତଥ। ଅଧ୍ୟାପକ ଡ. କାହୁ ଚରଣ ଶତପଥି ସଭା ପରିଚାଳନା କରିଥିବାବେଳେ ଓ ପ୍ରଣତି ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ ।
ଏହି ଅବସରରେ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା। ଓ ବିଭିନ୍ନ ପ୍ରତିଯୋଗୀତା ର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ସାହିତ୍ୟିକ ତଥା ବରୀଷ୍ଠଶିକ୍ଷକ ଓମ ପ୍ରକାଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ, ।
ରାଜ୍ୟ ର ବିଭିନ୍ନ ଅଞ୍ଚଳରୁ ପୁସ୍ତକପ୍ରକାଶକ, ବିକ୍ରେତା ଯୋଗ ଦେଇଥିଲେ ।