ବ୍ଲକ୍ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଆୟୋଜିତ

Udaya_Labanya | April 23, 2022 | 16 views |0 | Breaking News


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ଗୁମାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବରପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଆୟୋଜିତ ହୋଇଯାଇଛି l ଏହି ସ୍ବାସ୍ଥ୍ୟ ମେଳା କୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ସସ୍ମିତା କହଁର ଉଦଘାଟନ କରିଥିଲେ l ଏଥିରେ ୧୧ ଟି ପଞ୍ଚାୟତ ର ସରପଞ୍ଚ ଉପସ୍ଥିତ ଥିଲେ l ସ୍ବାସ୍ଥ୍ୟ ମେଳା ରେ ୧୬ଟି ଷ୍ଟଲ ହୋଇଥିଲା l ପ୍ରସୂତୀ, ଶିଶୁ,ଭେଷଜ, ଶୈଲ୍ୟ, ଦନ୍ତ, ନାଶା, ଗଳା, ଚକ୍ଷୁ, ଅଣ ସଂକ୍ରାମକ ରୋଗ,କୁଷ୍ଠ, ଟିବି ରୋଗ ବିଭାଗୀୟ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ସ୍ବାସ୍ଥ୍ୟ ସେବା ପ୍ରଦାନ କରିଥିଲେ l ମୋଟ ୫୬୬ ଲୋକ ଆସି ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ l ସେଥିମଧ୍ୟରୁ ୨୦ ଜଣ ଙ୍କ ଡିଜିଟାଲ ଆଇଡି କରାଯାଇଛି l ୧୮୮ ଜଣ ଉଚ୍ଚ ରକ୍ତଚାପ ,୯୩ ଜଣ ମଧୁମେହ ,୩୧ଜଣ ମୋତିଆବିନ୍ଦୁ ପରୀକ୍ଷା କରାଇଥିଲେ ଏବଂ ୨୦ ଜଣ ଙ୍କୁ ଟେଲି ମେଡ଼ିସିନ କରାଯାଇଥିଲା lସ୍ବାସ୍ଥ୍ୟ ମେଳାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ,ସ୍ବାସ୍ଥ୍ୟ,କର୍ମଚାରୀ ଓ ଆଶା, ଅଙ୍ଗନୱାଡ଼ି କର୍ମୀ ଯୋଗଦେଇଥିଲେlସ୍ବାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ ହେବା ସହିତ ପରିବାର ନିୟୋଜନ ପଦ୍ଧତି ଏବଂ ସମନ୍ୱିତ ଶିଶୁ ବିକାଶ ବିଭାଗ ପୋଷଣ ପ୍ରଦର୍ଶନୀ କରିଥିଲେl ଆୟୁଷ ଡାକ୍ତର ଆରୋଗ୍ୟ ,ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଷୟରେ ଲୋକଙ୍କୁ ଜଣାଇଥିଲେ l ଏହି ସ୍ବାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଟିକୁ ଜନ ସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଜୋଶ୍ନାରାଣୀ ମହାନ୍ତି ପରିଚାଳନା କରୁଥିଲେ l ଏଥି ସହ ବିଭିନ୍ନ ବିଭାଗ ମିଶନ୍ ଶକ୍ତି, ଶିଶୁ ସୁରକ୍ଷା, ପ୍ରଦାନ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ମେଳା ରେ ସାମିଲ ହୋଇଥିଲେ l ଏହି ଅବସରରେ ଏକ ରକ୍ତଦାନ ଶିବିର କରାଯାଇ ୨୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l ଏହି ସ୍ବାସ୍ଥ୍ୟ ମେଳା ରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ର ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ଲୋକମାନଙ୍କୁ ସେବା ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ଗୁମାଗଡ଼ ଡାକ୍ତରଖାନା ର ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର କଳ୍ପନା ଦଲେଇ , ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ପ୍ରଶାନ୍ତ ମହାପାତ୍ର, ଗୋଷ୍ଠୀ କୋଷ ପରିଚାଳକ ପ୍ରକାଶ ମହାନ୍ତି, ଅନ୍ମୋଲ ଆୟେଶା ତଥ୍ୟ ପରିଚାଳକ ପ୍ରତ୍ୟୁଷ ସାବତ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories