ବ୍ଳକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

Udaya_Labanya | April 23, 2022 | 38 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗୁମାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବରପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଆୟୋଜିତ ହୋଇଥିଲା l
ଏହି ସ୍ବାସ୍ଥ୍ୟ ମେଳା ରେ ବିଧାୟକ ଅଙ୍ଗଦ କହଁର ଓ ବ୍ଲକଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର ଯୋଗ ଦେଇ ଶୁଭ ଉଦ୍ ଘାଟନ କରିଥିଲେ l
ଏହି ବ୍ଳକ ଅନ୍ତର୍ଗତ ୧୧ ଟି ପଞ୍ଚାୟତ ର ସରପଞ୍ଚ ଉପସ୍ଥିତ ଥିଲେ l
ସ୍ବାସ୍ଥ୍ୟ ମେଳା ରେ ୧୬ଟି ଷ୍ଟଲ ହୋଇଥିଲା ପ୍ରସୂତୀ, ଶିଶୁ,ଭେଷଜ, ଶୈଲ୍ୟ, ଦନ୍ତ, ନାଶା, ଗଳା, ଚକ୍ଷୁ, ଅଣ ସଂକ୍ରାମକ ରୋଗ,କୁଷ୍ଠ, ଟିବିଆଦି ରୋଗର ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ନିରନ୍ତର ସ୍ବାସ୍ଥ୍ୟ ସେବା ପ୍ରଦାନ କରି ଥିଲେl ବ୍ଳକ ର ବିଭିନ୍ନ ପଂଚାୟତ ରୁ ମୋଟ ୫୬୬ ଲୋକ ଆସି ମାଗଣା ରେ ସେମାନଙ୍କ ସ୍ବାସ୍ଥ୍ୟ ପରକ୍ଷା କରାଇଥିଲେl
ସେଥିମଧ୍ୟରୁ ୨୦ ଜଣ ଙ୍କ ଡିଜିଟାଲ ଆଇଡି କରାଯାଇଛି ୧୮୮ ଜଣ ଉଚରକ୍ତଚାପ ,୯୩ ଜଣ ମଧୁମେହ ,୩୧ଜଣ ମୋତିଆବିନ୍ଦୁ ପରୀକ୍ଷା କରାଇଥିଲେ ଏବଂ ୨୦ ଜଣ ଙ୍କୁ ଟେଲି ମେଡ଼ିସିନ କରାଯାଇଥିଲା ସ୍ବାସ୍ଥ୍ୟ ମେଳାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ,ସ୍ବାସ୍ଥ୍ୟ,କର୍ମଚାରୀ ଓ ଆଶା, ଅଙ୍ଗନୱାଡ଼ି କର୍ମୀ ମା ନେଉପସ୍ଥିତ ରହି ସହ ଯୋଗକରିଥିଲେl
ସ୍ବାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ ହେବା ସହିତ ପରିବାର ନିୟୋଜନ ପଦ୍ଧତି ଏବଂ ସମନ୍ୱିତ ଶିଶୁ ବିକାଶ ବିଭାଗ ପୋଷଣ ପ୍ରଦର୍ଶନୀ କରିଥିଲେ ଆୟୁଷ ଡାକ୍ତର ଆରୋଗ୍ୟ
ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଷୟରେ ଲୋକଙ୍କୁ ଜଣାଇଥିଲେ l
ଏହି ସ୍ବାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଟିକୁ ଜନ ସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଜ୍ୟୋସ୍ତ୍ନ ରାଣୀ ମହାନ୍ତି ପରିଚାଳିତ କରି ଥିଲେl
ଏଥି ସହ ବିଭିନ୍ନ ବିଭାଗ ମିଶନ୍ ଶକ୍ତି, ଶିଶୁ ସୁରକ୍ଷା, ପ୍ରଦାନ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ମେଳା ରେ
ସାମିଲ ହୋଇଥିଲେ ଏକ ରକ୍ତ ଦାନ ଶିବିର କରାଯାଇ ୨୬ ଟି ରକ୍ତ
ୟୁ ନିଟ ସଂଗ୍ରହ କରାଯାଇଛି l
ଏହି ସ୍ବାସ୍ଥ୍ୟ ମେଳା ରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକତ୍ସାଲୟ ର ବିଶେଷଜ୍ଞ ଡାକ୍ତର ଲୋକମାନଙ୍କୁ ସେବା ପ୍ରଦାନ କରିଥିଲେl କାର୍ଯ୍ୟକ୍ରମକୁ ଗୁମାଗଡ଼ ଡାକ୍ତରଖାନା ର ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର କଳ୍ପନା ଦଲେଇ , ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ପ୍ରଶାନ୍ତ ମହାପାତ୍ର,ଗୋଷ୍ଠୀ କୋଷ ପରିଚାଳକ ପ୍ରକାଶ ମହାନ୍ତି, ଅନ୍ ମୋଲ ଆୟେଶା ତଥ୍ୟ ପରିଚାଳକ,ପ୍ରତ୍ୟୁଷ ସାବତ ପ୍ରମୁଖ ପରିଚାଳିତ କରିଥିଲେl

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories