ଫୁଲବାଣୀ ରେ ଜନଜାତି ସୁରକ୍ଷା ମଞ୍ଚ ରାଲି ଧର୍ମାନ୍ତରିତ ଆଦିବାସୀ ଙ୍କୁ ସରଂକ୍ଷଣ ତାଲିକା ରୁ ବାଦ ଦାବୀ

Udaya_Labanya | April 27, 2022 | 67 views |0 | Breaking News

ଫୁଲବାଣୀ (ସୁନୀଲ ପଟନାୟକ )
ବୁଧବାର ଫୁଲବାଣୀ ଠାରେ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ରାଲି ଅନୁଷ୍ଠିତ ହୋଇଥିଲା l
ହଜାର ହଜାର ସଂଖ୍ୟାରେ ଜିଲାର ବିଭିନ୍ନ ଅଂଚଳ ରୁ ଆଦିବାସୀ ମାନେ ମାଦି କୁନ୍ଦା ଛକ ରୁ ଏକ ବିଶାଳ ରାଲି ରେ ବାହାରି ବିଭିନ୍ନସ୍ଲୋଗାନ ମାନ ଦେଇ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେl
ନିଜର ଧର୍ମ, ସଂସୃତି, ପରମ୍ପରା ଓ ପୂଜା ପଦ୍ଧତି ଛାଡି ଅନ୍ୟ ଧର୍ମ ଗ୍ରହଣ କରିଥିବା ଆଦିବାସୀ ଙ୍କୁ ସରଂ କ୍ଷଣ ତାଲିକା ରୁ ବାଦ ଦେବା ସହ ସେମାଙ୍କୁ ଆଦିବାସୀ ନାଁ ରେ ମିଳୁ ଥିବା ସମସ୍ତ ସରକାରି ସୁବିଧା ସୁଯୋଗ ବନ୍ଦ କରିବାକୁ ଦାବୀ କରି କନ୍ଧମାଳ ଜିଲା ଜନଜାତି ସୁରକ୍ଷା ମଞ୍ଚ ସଭାପତି ଦିଲ୍ଲୀପ କୁମାର କହଁର ଓ ସମ୍ପାଦକ ଜମ୍ବେଶ୍ୱର କହଁର ଦାବୀ କରିଛନ୍ତି l ସରକାର ସେମାନଙ୍କ ଦାବୀ ନ ଶୁଣିଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ସେମାନେ ଧମକ ଦେଇଛନ୍ତି l
ଏଇ ଅବସର ରେ ରାଷ୍ଟ୍ର ପତି ଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲାପାଳ ଙ୍କ ଜରିଆରେ ପ୍ରଦାନ କରିଥିଲେ l
ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories