ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା: ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା

Udaya_Labanya | April 28, 2022 | 19 views |0 | Breaking News


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା । ନ୍ୟାୟ ଦାବିରେ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ସ୍ଥାନୀୟ ବାସିନ୍ଦା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହିଠାରେ ଥିବା ବହୁ ପୁରାତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେ.ଜି.ବି.ଭି) କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ଦୀର୍ଘ ବର୍ଷ ଧରି ବାଲିଗୁଡ଼ା ବାସିନ୍ଦା ଗୁଣ୍ଡିଚା ଦାସଙ୍କ ଓ ବିଦ୍ୟାଳୟ ସହ ଜମି ବିବାଦ ଲାଗିରହିଥିଲା ଏବଂ ମାମଲା ଉଚ୍ଚ ନ୍ୟାୟାଳୟରେ ଥିଲା । ବର୍ତ୍ତମାନ ସମୟରେ ଗୁଣ୍ଡିଚା ଦାସ ଉକ୍ତ ମାମଲାରେ ଡିଗ୍ରୀ ହାସଲ କରିଥିବା ଦର୍ଶାଇ କାହାକୁ ନଜଣାଇ ବିଦ୍ୟାଳୟର ପାଚେରୀ ଭାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଆଶ୍ରମରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ରହୁଥିବା ବେଳେ ବିଦ୍ୟାଳୟ ପାଚେରୀ ଭାଙ୍ଗିବା ପରେ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ଧରି ବିବାଦ ଲାଗିଥିବାବେଳେ ଏହି ଘଟଣାରେ ସ୍ଥାନୀୟ ତହସିଲଦାର ଓ ରେଭିନ୍ୟୁ ବିଭାଗର ଅଜାଣତରେ କିଭଳି ବିଦ୍ୟାଳୟର ପାଚେରୀ ଭଙ୍ଗାଗଲା ଏହାର ତଦନ୍ତ କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିବା ସହ ବର୍ତ୍ତମାନ ଆଶ୍ରମରେ ରହୁଥିବା ଛାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବୀ କରି ସକାଳ ୮ ଘଣ୍ଟ ଠାରୁ ଅପରାହ୍ନ ୫ ଘଣ୍ଟ ପର୍ଯ୍ୟନ୍ତ ବସଷ୍ଟାଣ୍ଡ ନିକଟ ବୁଡାଗୁଡ଼ା ଛକ ୫୯ ନଂ ଜାତୀୟ ରାଜପଥ ଅବରୋଧ କରି ବସିଛନ୍ତି ।ଯାହା ଫଳରେ ରାସ୍ତା ର ଦୁଇ ପାର୍ଶ୍ଵ ରେ ଯାନବାହାନ ଗୁଡିକ ଅଟକି ରହିଛି l ସେପଟେ ଯେପର୍ଯ୍ୟନ୍ତ ପ୍ରଶାସନ ଏହାର ସୁବିଚାର ନକରିଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories