ମଧୁବାବୁଙ୍କ ଜୟନ୍ତୀରେ ‘ବିଶ୍ବ ଓଡ଼ିଶା’ ଦାବି କଲା ବଙ୍ଗୋପସାଗର ହେଉ କଳିଙ୍ଗ ସାଗର

Udaya_Labanya | April 28, 2022 | 25 views |0 | Breaking News

ଭୁବନେଶ୍ୱର,( ଉଲାପ୍ର)ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ଅବସରରେ ବିଶ୍ଵବ୍ୟାପୀ ଓଡ଼ିଆ ଜାତୀୟତା ଜାଗରଣ ଅଭିଯାନ ‘ବିଶ୍ବ ଓଡ଼ିଶା’ ପୂର୍ବ ଭାରତର ସମୁଦ୍ର ତ୍ରୁଟିବଶତଃ ବଙ୍ଗ ଉପସାଗର ଭାବରେ ନାମିତ ହୋଇଥିବାରୁ ଏହାକୁ ଐତିହାସିକ ଓ ପୌରାଣିକ ଖ୍ୟାତ ‘କଳିଙ୍ଗ ସାଗର’ ନାମରେ ନାମିତ ହେଉ ବୋଲି ଆହ୍ବାନ ରଖିଛି ।

ରାଜଭବନ ସମ୍ମୁଖ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଉପସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ, ଯୁବକ, ଛାତ୍ର ସମୂହ ଓ ଅନୁଷ୍ଠାନ ଏକ ସଂକଳ୍ପ ଗ୍ରହଣ କରିଥିଲେ ଯେ, ପୂର୍ବ ଭାରତର ପ୍ରସିଦ୍ଧ ମହୋଦଧି ଦୀର୍ଘ ଶତାବ୍ଦୀ ଧରି ସମଗ୍ର ବିଶ୍ୱରେ ପରିଚିତ ହୋଇପାରିଥିବା ‘କଳିଙ୍ଗ ସାଗର’ ପୁନଃ ନାମିତ ହେବା ନିମନ୍ତେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରୁଛୁ ।
ଏହା ଦ୍ୱାରା ଓଡ଼ିଆ ଜାତିର ସ୍ୱାଭିମାନ, ଆତ୍ମସମ୍ମାନ ଜାତୀୟ ସ୍ତରରେ ଆହୁରି ପ୍ରତିଷ୍ଠା ହୋଇପାରିବ ବୋଲି ଉପସ୍ଥିତ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଥିଲେ ।

ଏଥିନିମନ୍ତେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ଓ ବାଚସ୍ପତିଙ୍କ ମାଧ୍ୟମରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କାରାଯାଇଛି ।

ଏହି ସଂକଳ୍ପ ସମାବେଶରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳର ସଭାପତି ସୀତାବଲ୍ଲଭ ମହାପାତ୍ର, ସାଧାରଣ ସମ୍ପାଦକ ପର୍ଶୁରାମ ଦ୍ବିବେଦୀ, ସମ୍ପାଦକ ରାମ ନାରାୟଣ ମିଶ୍ର, ବିଜେପି ନେତା ଭୃଗୁ ବକ୍ସିପାତ୍ର, ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶାଖା ସଭାପତି ଦିଲୀପ ଦାଶଶର୍ମା, ରାଜ୍ୟ ଉପସଭାପତି ଡ. ସୁରେନ୍ଦ୍ର ମିଶ୍ର, ଶାଖା ଉପସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ବିଶିଷ୍ଟ ସଂଗ୍ରାହକ ସୁଦର୍ଶନ ସାହୁ, ସମାଜବାଦୀ ନେତା ରବି ବେହେରା, ଉତ୍କଳ ଯାଦବ ଆଇନଜୀବୀ ପରିଷଦର କର୍ମକର୍ତ୍ତା ଅକ୍ଷୟ ପ୍ରସାଦ ବେହେରା, ମହେଶ୍ୱର ବେହେରା, ଦୀପକ ବେହେରା, ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନର ସୌମ୍ୟ ରଞ୍ଜନ ସାମଲ, ନିର୍ମାଲ୍ୟ କୁମାର ସାହୁ, ଭବାନୀ ଶଙ୍କର ମହାନ୍ତ, ପ୍ରକାଶ କୁମାର ନାୟକ, ସମାଜସେବୀ ରମେଶ ଚନ୍ଦ୍ର ପାହାଡ଼ସିଂହ, ରମାକାନ୍ତ ମିଶ୍ର, ନିରୋଜ ନଳିନୀ ସାମଲ, ସଞ୍ଜୟ କୁମାର ଦାସ, ନିରଞ୍ଜନ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ, ନିହାର ରଞ୍ଜନ ଆଚାର୍ଯ୍ୟ, ‘ଆମ ପରିଚୟ’ ସମ୍ବାଦପତ୍ରର ପରିଚାଳନା ସମ୍ପାଦକ ମନୋଜ କୁମାର ନାୟକ, ସମ୍ପାଦକ ମହାଦେବ ସେଠୀ, ସମାଜବାଦୀ ଦଳର ସୁଦର୍ଶନ ପ୍ରଧାନ, ଦେବାଶିଷ ମହାପାତ୍ର, ଅକ୍ଷୟ କୁମାର ଛୁରା ପ୍ରମୁଖ ଉପସ୍ଥିତ ଥିବାବେଳେ ବିଶ୍ବ ଓଡ଼ିଶା ସାହିତ୍ୟ ପରିଷଦର ଅଧ୍ୟକ୍ଷା ପ୍ରତିଭା ମହାରଥୀ, ଉପସଭାପତି ଦିଲୀପ ରାୟ, ଉପସଭାପତି ଦ୍ବୀପାୟନ ପଟ୍ଟନାୟକ, ବିଶ୍ୱ ଓଡ଼ିଶା ମହିଳା ପରିଷଦର ରାଜ୍ୟ ସଂଯୋଜିକା ରଶ୍ମିତା ରାଉତ ମାର୍ଗଦର୍ଶନ କରିଥିଲେ ।

ବିଶ୍ବ ଓଡ଼ିଶା ରାଜ୍ୟ ସଂଯୋଜକ ଦୀନବନ୍ଧୁ ଷଡ଼ଙ୍ଗୀ ଓ ସାଧାରଣ ସମ୍ପାଦକ ମନୋଜ ମନ୍ମୟ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories