କଟକ ଭାଜପା ଟିମର ଆଚାର୍ଯ୍ୟ ହରିହର କ୍ୟାନସର ଇନଷ୍ଟିଚ୍ୟୁଟ ଗସ୍ତ
![](https://www.udayalabanya.com/wp-content/uploads/2022/05/IMG-20220430-WA0093.jpg)
କଟକ(ଉଲାପ୍ର)ଗତ କିଛିଦିନ ଧରି ବିଭିନ୍ନ ଖବରକାଗଜ ଓ ଇଲକ୍ଟ୍ରୋନିକ୍ସ ମିଡ଼ିଆରୁ କଟକ,କ୍ୟାନସର ଇନଷ୍ଟିଚ୍ୟୁଟ ଦୁରାବସ୍ଥାର ଖବର ପାଇ ମାନନୀୟ ରାଜ୍ୟ ଭାଜପା ସଭାପତି ଶ୍ରୀ ସମୀର ମହାନ୍ତି ଙ୍କ ନିର୍ଦେଶରେ ଭାଜପା କଟକନଗରର ଏକ ଟିମ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ କଟକର ଆଚାର୍ଯ୍ୟ ହରିହର କ୍ୟାନସର ଇନଷ୍ଟିଚ୍ୟୁଟ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ମାତ୍ରାଧିକ ରୋଗୀଙ୍କୁ ଶଯ୍ୟା ନମିଳିବା ଯୋଗୁ ,ତାଙ୍କୁ ଏବଂ ତାଙ୍କ ଆଟେଣ୍ଡାଣ୍ଟ ଙ୍କୁ କୌଣସି ଆଶ୍ରୟ ନମିଳିବାରୁ ବାହାରେ ନିର୍ଧୁମ ଖରାରେ ପଡିଥିବା ଦେଖିବାକୁ ମିଳିଥିଲା। ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସାର ଅଭାବ କାରଣରୁ ଏଠାକାର ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିଲା। ରୋଗୀମାନେ ସାଧାରଣତ ଗରିବ ଶ୍ରେଣୀର ଥିବାରୁ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଥିଲେ।ଏସବୁ ଘଟଣା ଦେଖିବା ପରେ ଟିମ ଇନଷ୍ଟିଚ୍ୟୁଟ ର ନିର୍ଦେଶକ ଶ୍ରୀ ଲଲାଟେନ୍ଦୁ ଷଡ଼ଙ୍ଗୀଙ୍କୁ ଭେଟି ଏସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ କଥାବାର୍ତ୍ତା କରି ଏକ ସ୍ମାରକପତ୍ର ଦେଇଥିଲେ। ବାହାରୁ ଆସୁଥିବା ରୋଗୀ ଓ ତାଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ତୁରନ୍ତ ଅସ୍ଥାୟୀ ଶିବିର କରାଯିବା ତଥା ଶଯ୍ୟା
ବଢ଼ାଇବା ସହିତ ମାନବୀୟ ଦୃଷ୍ଟିକୋଣରୁ ଆଡ଼ମିଶନ ହୋଇପାରିନଥିବା ବାହାରେ ପଡିଥିବା ଗୁରୁତର ରୋଗୀଙ୍କୁ ଚିକିତ୍ସା ଉପଲବ୍ଧ କରାଇବା ମୁଖ୍ୟ ଦାବି ଭାଜପାର ଟିମ ଉପସ୍ଥାପନ କରିଥିଲେ।ନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ ଟିମ ସହିତ ସହମତ ହୋଇ କାର୍ଯ୍ୟାନୁଷ୍ଠାନ କରିବାକୁ ତଥା ଇନଷ୍ଟିଚ୍ୟୁଟ ର ଆଧିନିକିକରଣ ବ୍ୟବସ୍ଥା କୁ ବୁଲାଇ ଦେଖାଇ,କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ବଡୁଙ୍କ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶ୍ରିତମ ଦାସ,ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ଶ୍ରୀ ସିକନ୍ଦର ଅଲ୍ଲି,ସ୍ଥାନୀୟ ଭାଜପା କର୍ପୋରେଟର ତଥା ମହାନଗର ନିଗମର ସ୍ୱାସ୍ଥ୍ୟ କମିଟି ସଦସ୍ୟ ଶ୍ରୀ ଦୀପକ ଦାସ,ସାଧାରଣ ସମ୍ପାଦକ ଶ୍ରୀ ବୈଦେଶ୍ୱର ପଣ୍ଡା,ଜିଲ୍ଲା ଉପସଭାପତି ଭାଗିରଥି ଦଳେଇ,ବାରବାଟୀ ମଣ୍ଡଳ ସଭାପତି ଶ୍ରୀମତୀ ନମିତା ମିଶ୍ର,ଆଇ ଟି ସଂଯୋଜକ କୃଷ୍ଣଚନ୍ଦ୍ର ମହାପାତ୍ର,ଜିଲ୍ଲା ସମ୍ପାଦିକା ସ୍ବର୍ଣ୍ଣଲତା ସେଠି, ଜିଲା ଯୁବମୋର୍ଚା ସମ୍ପାଦିକା ସୁଶ୍ରୀ ଶିଳ୍ପା ସୌମିତ୍ରୀ ଗିରି ଗୋସ୍ୱାମୀ, କିଷାନ ମୋର୍ଚା ଜିଲ୍ଲା ଉପସଭାପତି ମୁନିନ୍ଦ୍ର ଭୋଳ,ମିଡ଼ିଆ ସଂଯୋଜକ ସୁବାଷ ମହାନ୍ତି, ସହ ସଂଯୋଜକ ଶରତ ଭୋଳ,ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀନିବାସ ରେଡି,ଜିତେନ୍ଦ୍ର ସାହୁ,ମାନସୀ ସ୍ବାଇଁ,ଆନନ୍ଦ ପାଣିଗ୍ରାହୀ ଓ ପ୍ରଦୀପ୍ତ ତିୱାରି ପ୍ରମୁଖ ଉପସ୍ଥିତ ଥିଲେ।