#Breaking News

ଗାୟତ୍ରୀ ପରିବାର ବାରିପଦା ପକ୍ଷ୍ୟ ରୁ ରକ୍ତଦାନ ଶିବିର ଆୟୋଜିତ

ବାରିପଦା(ଉଲାପ୍ର) ଗାୟତ୍ରୀ ପରିବାର ବାରିପଦା ଏବ° ଦିୟା-(ଦିବ୍ୟଭାରତ ଯୁବା ସଙ୍ଗଠନ) ର ମିଳିତ ସହଯୋଗ ରେ ଗାୟତ୍ରୀ ଶକ୍ତିପିଠ ସ୍ୱରୂପ ନଗର ବାରିପଦା ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା l ବାରିପଦା ରେଡ଼କ୍ରସ ର କ୍ରର୍ମକର୍ତ୍ତା ମାନଙ୍କ ଦ୍ୱାରା ୩୨ ୟୁନିଟ ରକ୍ତ ସଂଗ୍ରହ କରିଯାଇଥିଲେ l ଏହି ରକ୍ତଦାନ ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ସୁଜୟ କୁମର ପତି, ବ୍ଲଡ଼ବ୍ୟାଙ୍କ ର ଅଧିକାରୀ ଡା.ସୌମ୍ୟ ରଂଜନ ନାୟକ ଏବ° ବାରିପଦା ସହର ମୁଖ୍ଯ ଚିକିତ୍ସାଳୟ ର ମୁଖ୍ଯ ସର୍ଜରୀ ବିଭାଗର ବରିଷ୍ଠ ଡା. ଶିବନନ୍ଦ ମହାନ୍ତି ଯୋଗ ଦେଇ ରକ୍ତଦାନ ଶିବିର ର ମାର୍ଗ ଦର୍ଶନ କରିଥିଲା l ଏହି ରକ୍ତଦାନ ଆୟୋଜନ ରେ ୩୨ ଜଣ ବିଭିନ୍ନ ସ୍ଥାନରୁ ଆସି ସେଛାକୃତ ଭାବେ ରକ୍ତଦାନ କରିଥିଲେ l ଏହି ରକ୍ତଦାନ ଶିବିର କୁ ଗାୟତ୍ରୀ ପରିବାର ଟ୍ରଷ୍ଟର ମୁଖ୍ଯ ଟ୍ରଷ୍ଟି ଶ୍ରୀ ନିରୋଜ କୁମାର ପଣ୍ଡା , ଶ୍ରୀ ଅଶୋକ କୁମାର ମହାପାତ୍ର, ଜିଲ୍ଲା ପ୍ରଭାରୀ ଶ୍ରୀ ଦିବାକର ପ୍ରାଧାନ ଏବଂ (ଦିୟା) ର ଜିଲ୍ଲା ପ୍ରଭାରୀ ଶ୍ରୀ ବାଙ୍କବିହାରୀ ସିଂହ ,ସହ ସ°ଯୋଜକ- ଦେବବ୍ରତ ଦେ, ଦେବାଶିଷ ପାଇକିରାୟ ତଥା ସମସ୍ତ ଗାୟତ୍ରୀ ପରିଜନ କାଯ୍ୟକ୍ରମ କୁ ପରିଚାଳନା କରୁବାରେ ପୂର୍ଣ୍ଣ ସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *